ଦୁଃଖିତ ହେଲେ ଜୁକରବର୍ଗ

ୱାଶିଂଟନ,୫ ।୧୦: ସୋମବାର ରାତିରେ ପ୍ରାୟ ସମସ୍ତ ସୋସିଆଲ ମିଡିଆ ସର୍ଭର ଡାଉନ୍ ନେଇ ସୂଚନା ମିଳିଥିଲା । ଏହାର ବ୍ୟବହାରକାରୀମାନେ ସର୍ଭର ଡାଉନକୁ ନେଇ ଅସୁବିଧାର ସମ୍ମୁଖୀନ ବି ହୋଇଥିଲେ । ଏମିତି ଖବର ପ୍ରାୟ ସମସ୍ତ ଗଣମାଧ୍ୟମରେ ପ୍ରସାରି ହୋଇ ଯାଇଥିଲା । ତେବେ ମଙ୍ଗଳବାର ସକାଳ ସୁଦ୍ଧା ସମସ୍ତ ସାଇଟ୍ ଆଂଶିକ ଭାବେ କାମ ଆରମ୍ଭ କରି ଦେଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଥିଲେ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ ଆରମ୍ଭ କରି ଦେଇଛି । ତେବେ କିଛି ଘଣ୍ଟା ପାଇଁ ଏହା କମ ନ କରିଥିବାରୁ ମୁଁ ଦୁଃଖିତ । କାରଣ ମୁଁ ଜାଣିଛି ଆପଣମାନେ ଯାହାସହ ଯୋଡି ହୋଇ ରହିବାକୁ ଚାହାନ୍ତି ସେମାନଙ୍କୁ ଆମ ସର୍ଭିସ ଉପରେ କେତେ ଭରସା ରହିଛି । ଏବେ ଏହା କାମ କରିବା ଆରମ୍ଭ କରିଥିବା ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଧୈର୍ଯ୍ୟକୁ ସେ ଧନ୍ୟବାଦ ଜଣାଇଛନ୍ତି ।

Share