Categories: ଜାତୀୟ

ଚିଠି ସହ ଚୋର ଫେରାଇଲା କୋଭିଡ୍‌ ଟିକା ଭର୍ତ୍ତି ବ୍ୟାଗ୍‌

ଚଣ୍ଡିଗଡ଼,୨୨।୪ : ହରିୟାଣର ରାଜଧାନୀ ଚଣ୍ଡିଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଗୁରୁବାର ୧୭୦୦ କୋଭିଡ୍‌-୧୯ ଟିକା ଭର୍ତ୍ତି ଥିବା ଏକ ବ୍ୟାଗ ଚୋରି କରିଥିଲା। କିନ୍ତୁ ବ୍ୟାଗରେ କ’ଣ ଅଛି ଜାଣିବା ପରେ ବଦଳି ଯାଇଥିଲା ତା’ର ମନ। ଆଉ ଏକ ଚିଠି ସହ ଫେରାଇ ଦେଲା କୋଭିଡ୍‌ ଟିକା ଭର୍ତ୍ତି ବ୍ୟାଗ।

‘କ୍ଷମାକର। ଏହା କରୋନା ମେଡିସିନ ମୋତେ ଜଣା ନ ଥିଲା’ ବୋଲି ଚିଠିରେ ଉଲ୍ଲେଖ ଥିଲା। ଉକ୍ତ ବ୍ୟାଗରେ ଥିଲା ଉଭୟ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା। ଜିନ୍ଦ ହସ୍ପିଟାଲର ଷ୍ଟୋରରୁମ୍‌ ପକ୍ଷରୁ ରୁଜୁ କରାଯାଇଥିବା ମାମଲାକୁ ଭିତ୍ତି କରି ପୋଲିସ ଏବେ ଚୋରକୁ ଖୋଜୁଛି।

ଗୁରୁବାର ମଧ୍ୟାହ୍ନରେ ସିଭିଲ ଲାଇନ ପୋଲିସ ଷ୍ଟେଶନ ବାହାରେ ଥିବା ଚା’ ଦୋକାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧରାଇ ଦେଇଥିଲେ। ପୋଲିସ ପାଇଁ ଫୁଡ୍‌ ଡେଲିଭରୀ କରୁଥିବା ଅଜଣା ବ୍ୟକ୍ତିଙ୍କୁ କହିଥିଲା ଚୋର। ଅନ୍ୟ ଆଡ଼େ ଡେଲିଭରୀ କରିବାକୁ ଥିବା କହି ଚା’ ଦୋକାନରୁ ଚାଲି ଯାଇଥିଲେ।

Share