ସୋର-ଗୋପୀନାଥପୁର ରାସ୍ତା ମରଣଯନ୍ତା

ସୋର, ୭ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର- ବାଗୁଡି ରାସ୍ତା ମରଣଯନ୍ତା ପାଲଟିଛି। ସୋର ତହସିଲ ଅଧୀନ ବାଗୁଡି ଖଞ୍ଜାମାହାଲ ପଥର ଖାଦାନର ପଥର ଓ ପାହାଡ ମାଟିରେ ଉପକୂଳ ଓଡିଶାର ରାସ୍ତା ନିର୍ମାଣ କୋଟି ଟଙ୍କାର ରାଜସ୍ବ ଆଦାୟ ହେଉଥିବା ବେଳେ ଦୀପତଳ ଅନ୍ଧାର ଭଳି ଏହି ଖାଦାନ ସଂଲଗ୍ନ ରାସ୍ତା ମରଣଯନ୍ତା ପାଲଟିଛି।
ଏହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ଭାରିଯାନ ଡମ୍ପର, ୧୦ଚକିଆ ଯାନ, ଟ୍ରକ ଓ ଟ୍ରାକ୍ଟର ବେପରୁଆ ଭାବେ ଓଭରଲୋଡ଼ିଂ କରି ଯାତାୟାତ କରୁଛି। ରାସ୍ତା ପ୍ରତି କେହି ଦୃଷ୍ଟି ନିକ୍ଷେପ କରୁ ନ ଥିବାରୁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବିଶେଷ କରି ବାଗୁଡ଼ି ବଜାରଠାରୁ ଆଙ୍ଗୁଳା ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ଗାତ ହୋଇଥିବାରୁ ସାଧାରଣ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ବର୍ଷା ଯୋଗୁ ରାସ୍ତାଟି ଅଧିକ ବିପଦଜନକ ହୋଇ ଯାତାୟାତ ଅସମ୍ଭବ ହୋଇପଡ଼ିଛି। ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ତରଫରୁ ପୁନର୍ନିମାଣ କରିବା ପାଇଁ ୧୦କୋଟି ଟଙ୍କା ୨୦୨୦-୨୧ ଆର୍ଥକ ବର୍ଷରେ ବ୍ୟୟ ହୋଇଥିଲା। ଏହାକୁ ଟେଣ୍ଡର ନେଇଥିବା ଠିକାଦାର ଶେଷ ମୁହୂର୍ତ୍ତରେ ଏଗ୍ରିମେଣ୍ଟ ନ କରି ଛାଡ଼ି ଚାଲିଯାଇଥିଲେ। ପୁନଶ୍ଚ ଏହି କାର୍ଯ୍ୟ ପାଇଁ ନୂତନ ଭାବେ ଟେଣ୍ଡର ହୋଇ ଗତ ମାର୍ଚ୍ଚରେ ଶ୍ରୀଗଣେଶ ଅଗ୍ରୱାଲ କାର୍ଯ୍ୟାଦେଶ ନେଇଥିଲେ ସୁଦ୍ଧା ଏହାର ୧୧ମାସ ଅବଧି ଭିତରୁ ୫ ମାସ ଅତିକ୍ରମ ହୋଇଯାଇଥିବା ବେଳେ ବରଫକଳ ଛକ ନିକଟରୁ ମାଣତ୍ରୀଛକ ପର୍ଯ୍ୟନ୍ତ ଗାର୍ଡ଼ୱାଲ କରି ଛାଡ଼ି ଦିଆଯାଇଛି। ନିୟମ ଅନୁସାରେ ଠିକାଦାର ଏହି କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କର ଗତାଗତ, ଯାତ୍ରୀ ପରିବହନରେ କୌଣସି ଅସବୁିଧା ନ ହେବା ପାଇଁ ଦୃଷ୍ଟି ଦେବା କଥା। ମାତ୍ର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁ ଥିବା ବେଳେ ଏହାକୁ ମରାମତି କରାଯାଉନାହଁି। ଫଳରେ ଟ୍ରକ, ଡମ୍ପର ବ୍ୟତୀତ ଛୋଟ ଗାଡ଼ି, ବାଇକ୍‌, ସାଇକେଲରେ ଏହି ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହୋଇପଡ଼ୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ତେଜୁଛି। ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ସହିତ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri