Posted inରାଜ୍ୟ

ପିକନିକ୍ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଅନୁମତି, SOP ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର,୧।୧: ନୂଆବର୍ଷ ଏବଂ ଶୀତଋତୁରେ ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ଯୋଜନା କରିଥାନ୍ତି। ପିକନିକ୍‌ ଋତୁରେ ମାତ୍ରାଧିକ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି)ଜାରି କରାଯାଇଛି। ଏହି ନୁଆ ଏସଓପିରେ କଠୋର ନିୟମାବଳୀ ରହିଛି। ଯଦି ଆପଣମାନେ ପିକନିକ୍ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଏସବୁ ବିଷୟରେ ପ୍ରଥମେ ଜାଣି ନିଅନ୍ତୁ।

ନୂଆ ନିୟମ ଅନୁଯାୟୀ ଏଣିକି ପିକନିକ୍ ଯାଉଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ। ଏହାର ଯାଞ୍ଚ ପାଇଁ ପର୍ଯ୍ୟଟନସ୍ଥଳରେ ପୋଲିସ ଓ ଆରଟିଓ କର୍ମଚାରୀ ସଜାଗ ରହିବେ ଏବଂ ଓଭରଲୋଡିଂକୁ ଉଭୟ ମିଶି ଚେକ୍‌ କରିବେ। କୌଣସି ଡ୍ରାଇଭର ନିଶାଗ୍ରସ୍ଥ ଅବସ୍ଥାରେ ମିଳନ୍ତି ତୁରନ୍ତ ସେମାନଙ୍କୁ ଗିରଫ କରି ଲାଇସେନ୍ସ ରଦ୍ଦ କରାଯିବ।

ଏଭଳି ସ୍ଥିତିରେ ଗାଡ଼ି ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକ୍‌ନିକ୍‌ ଦାୟିତ୍ୱ ତୁଲାଇବେ, ସେହିଭଳି ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ। ଏହା ବ୍ୟତୀତ ପିକ୍‌ନିକ୍‌ ଗାଡ଼ିରେ ଦହନଶୀଳ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ ଓ ବାଣ ପରିବହନ କରିବାକୁ ଅନୁମତି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri