ଦୋଳବେଦି ପାଇବ ନୂଆରୂପ

ପୁରୀ,୧୪ା୩ (ଅଜିତ୍‌ ମହାନ୍ତି)ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ବିଶେଷ ନୀତି ଦୋଳବେଦିରେ ଅନୁଷ୍ଠିତ ହୋଇଥାଏ। ଦୋଳପୂର୍ଣ୍ଣିମା ପୂର୍ବଦିନ ଦୋଳବେଦିରେ ସ୍ବତନ୍ତ୍ର ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହେବା ସହ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ବିମାନରେ ଦୋଳବେଦିକୁ ଆସି ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣ କରିଥାନ୍ତି। ଦୋଳବେଦିରେ ଦୋଳି ଖେଳିଥାନ୍ତି। ଦୋଳପୂର୍ଣ୍ଣିମାକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଧୀର ନୂଆ ରୂପ ନେଉଛି ଦୋଳବେଦି। ଫଳରେ ଏଥର ଦୋଳପୂର୍ଣ୍ଣିମାରେ ଭକ୍ତମାନେ ଦୋଳବେଦିର ନବକଳେବର ଦେଖିପାରିବେ। ଦୋଳବେଦି ପୂର୍ବରୁ ରଙ୍ଗ ଆଉ ଚୂନ ପଲସ୍ତରା ଭିତରେ ଦିନେ ସମ୍ପୂର୍ଣ୍ଣ ଲୁଚିଯାଇଥିଲା। ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ହେବା ସହ ଦୋଳବେଦିର ପୁନରୁଦ୍ଧାର କରାଯାଉଛି। ଦୋଳବେଦି କାନ୍ଥରୁ ଉଦ୍ଧାର ହେଉଛି ଖୋଦିତ ବହୁ କୀର୍ତ୍ତିିରାଜି। ସ୍ଥପତିମାନେ ଦୋଳବେଦିକୁ ନୂଆରୂପ ଦେବାପାଇଁ ଲାଗିପଡ଼ିଛନ୍ତି। ଦୋଳବେଦିରେ ଲୁଚିରହିଥିବା କୀର୍ତ୍ତିରାଜିକୁ ନିଖୁଣ ଭାବେ ପୁନରୁଦ୍ଧାର କରାଯାଉଛି। ତେଣୁ ଦୋଳପୂର୍ଣ୍ଣିମାରେ ଭକ୍ତମାନେ ଦୋଳବେଦିର ପୁରାତନ କୀର୍ତ୍ତିରାଜି ଦେଖିପାରିବେ। ଶହଶହ ବର୍ଷ ହେବ ରଙ୍ଗ ଆଉ ଚୂନରେ ଲୁଚି ରହିଥିବା ଯୋଗୁ ଶ୍ରୀମନ୍ଦିର ପରମ୍ପରା ସହ ଜଡ଼ିତ କୀର୍ତ୍ତିରାଜି ଦର୍ଶନରୁ ବଞ୍ଚତ୍ତ ହୋଇଥିଲେ ଭକ୍ତ। ତେବେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁ ଏବେ ଦୋଳବେଦି ନିଜସ୍ବ ପରିଚୟ ପାଇବାକୁ ଯାଇଛି। ଦୋଳ ବେଦିରେ କାଳକ୍ରମେ ରଙ୍ଗଲେପନର ଆସ୍ତରଣରେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜିି ପୁଣି ଦୃଶ୍ୟମାନ ହେବ। ଏପରିକି ଦୋଳବେଦି ଚତୁଃପାଶର୍‌ବ କାନ୍ଥରେ ଶୋଭା ପାଉଥିବା ପ୍ରାଚୀନ ମୂର୍ତ୍ତି ଉପରେ ଧୂଳିର ମୋଟା ଆସ୍ତରଣ ବସିଯାଇଥିବାବେଳେ ଏବେ ମୂର୍ତ୍ତିରାଜିକୁ ନୂଆ ଜୀବନ ଦିଆଯାଉଛି। ମୂର୍ତ୍ତିକୁ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ନିଖୁଣ ଭାବେ ସଫେଇ କରାଯାଉଛି। ପ୍ରସ୍ତର ନିର୍ମିତ ଏହି ମୂର୍ତ୍ତିି ଯେଭଳି ନଷ୍ଟ ନ ହେବ ସେନେଇ ଧ୍ୟାନ ଦିଆଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଦୋଳବେଦିର ଉନ୍ନତୀକରଣ କାର୍ଯ୍ୟ ଏକ ସଙ୍ଗେ ଆରମ୍ଭ ହୋଇଥିଲେ ମଧ୍ୟ ଦୋଳବେଦି କାର୍ଯ୍ୟ ସରିପାରି ନ ଥିଲା। ତେବେ ଚଳିତ ବର୍ଷର ଦୋଳପୂର୍ଣ୍ଣମୀ ପୂର୍ବରୁ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବ ବୋଲି ଆଶା କରାଯାଉଛି। ଦୋଳବେଦି ପଛ ପାଶର୍‌ବକୁ ପ୍ରଶସ୍ତ କରାଯିବା ସହ ପଛ ପାଶର୍‌ବ ପାହାଚ କାନ୍ଥ ମଧ୍ୟରେ ଉଭୟ ପାଶର୍‌ବରେ ହାତୀ ଓ ଘୋଡ଼ାରେ କେହି ରାଜକୀୟ ବେଶରେ ସବାର ହୋଇଥିବାର ଚିତ୍ର ଦୃଶ୍ୟମାନ ହୋଇଛି। ଦୀର୍ଘ ବର୍ଷ ହେଲା ଏହା ଉପରେ ରଙ୍ଗ ଲେପନ କରିବା ଦ୍ୱାରା ଉକ୍ତ ଚିତ୍ରଗୁଡ଼ିକ ଲୁଚିଯାଇଥିଲା। ତେଣୁ ଏହା ଉପରୁ ରଙ୍ଗର ମୋଟା ଆସ୍ତରଣ ଛଡ଼ାଇବା ପରେ ପ୍ରାଚୀନ ଚିତ୍ର ସମୂହ ଦେଖିବାକୁ ମିଳିଛି। ଦୋଳବେଦି କାନ୍ଥରେ ଶୋଭାପାଉଥିବା ଏହି ବୃହତ୍‌ ଚିତ୍ର ସମୂହ ସପ୍ତଦଶରୁ ଅଷ୍ଟାଦଶ ଶତାବ୍ଦୀର ହୋଇପାରେ ବୋଲି ଅନୁମାନ କରାଯାଉଛି। ହାତୀ ପିଠିରେ ରାଜକୀୟ ଶୋଭାଯାତ୍ରା ଏବଂ ଅଶ୍ୱାରୋହୀ ଯୋଦ୍ଧାଙ୍କ ଚିତ୍ର କାନ୍ଥ ଗାତ୍ରରେ ରହିଛି। ସେହିଭଳି କନ୍ଦର୍ପ ହସ୍ତୀ, କନ୍ଦର୍ପ ରଥ ଭଳି ବିରଳ ଭାସ୍କର୍ଯ୍ୟ ମଧ୍ୟ ରହିଛି। ଏହି ପ୍ରାଚୀନ ଚିତ୍ର କୀର୍ତ୍ତିକୁ ଅକ୍ଷୁଣ୍ଣ ରଖି ପାହାଚରେ ଖଣ୍ଡୋଲାଇଟ ପଥର ଯୋଡ଼େଇ କରାଯାଉଛି। ଦୋଳବେଦିିର ବିସ୍ତୀର୍ଣ୍ଣ ଚଟାଣ ଉପରେ ଖଣ୍ଡୋଲାଇଟ ପଥର ବିଛାଯାଇଛି। ବର୍ଷା ପାଣି ନ ରହିବା ଲାଗି ସ୍ଲୋପିଂ ସଦୃଶ ପଥରଗୁଡ଼ିକୁ ଖଞ୍ଜାଯାଇଛି। ଦୋଳବେଦି ବାହ୍ୟ କାନ୍ଥକୁ ମଧ୍ୟ ଖଣ୍ଡୋଲାଇଟ ପଥରରେ ନୂଆ କରି ନିର୍ମାଣ କରାଯାଇଛି। ପାଚେରିରେ ପ୍ୟାନେଲ ନିର୍ମିତ ହୋଇଛି। ପ୍ୟାନେଲରେ ଏହି ମୂର୍ତ୍ତି ସମୂହ ସ୍ଥାପନ କରାଯିବା ସହ କାନ୍ଥକୁ ନୂଆ ରୂପ ଦିଆଯାଉଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ଯେତେବେଳେ ଦୋଳବେଦି କାର୍ଯ୍ୟ ଆରମ୍ଭ ହୋଇଥିଲା, ସେତେବେଳେ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଯେଉଁ ମୂର୍ତ୍ତିଗୁଡିକ ଦୋଳବେଦି ପରିସର ଓ କାନ୍ଥରେ ରହିଛି ସେଗୁଡିକ ଯେପରି ସୁରକ୍ଷିତ ରହିବ। ସେହିପରି ଯେଉଁ ମୂର୍ତ୍ତିଗୁଡିକ କଢାଯାଇଛି ସେଗୁଡିକୁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଇଥିଲା। କାମ ସରିବା ପରେ ସମସ୍ତ ମୂର୍ତ୍ତିିକୁ ପୁନର୍ବାର ଉକ୍ତ ସ୍ଥାନରେ ସ୍ଥାପନ କରିବାକୁ କୁହାଯାଇଥିଲା। ବର୍ତ୍ତମାନ ଉକ୍ତ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିଗୁଡ଼ିକୁ ସେହି ସବୁ ସ୍ଥାନରେ ଲଗାଯାଉଛି। ସେହିପରି ଅନେକ ମୂର୍ତ୍ତି ଉପରେ ବାରମ୍ବାର ଚୂନ ଧଉଳା ହେବା କାରଣରୁ ସେଗୁଡ଼ିକ ଲୁକ୍କାୟିତ ଭାବେ ରହିଥିଲା। ମାତ୍ର ସେଗୁଡ଼ିକର ପୁନରୁଦ୍ଧାର କରାଯାଇଛି। କାର୍ଯ୍ୟ ସରିବା ପୂର୍ବରୁ ସମସ୍ତ ମୂର୍ତ୍ତି ଲଗାଯିବ ବୋଲି ଦାସମହାପାତ୍ର କହିଛନ୍ତି। ତେବେ ଦୋଳବେଦିର ଧୀମା କାର୍ଯ୍ୟକୁ ନେଇ ଧାର୍ଯ୍ୟ ସମୟରେ କାର୍ଯ୍ୟ ସରିବା ନେଇ କେତେଜଣ ଜଗନ୍ନାଥପ୍ରେମୀ ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ଶ୍ରୀମନ୍ଦିର ଅତିିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, ଦୋଳବେଦିର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡ୍ରେନେଜ କାର୍ଯ୍ୟ ମଧ୍ୟ କରାଯାଇଛି। ଫଳରେ ପାଣି ଜମିବା ସମସ୍ୟା ଆଉ ରହିବ ନାହିଁ। ଦୋଳପୂର୍ଣ୍ଣିମାର ଯଥେଷ୍ଟ ପୂର୍ବରୁ ଦୋଳବେଦି କାର୍ଯ୍ୟ ଶେଷ ହେବ ବୋଲି ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri