ସୋନିର ନ୍ୟୁ ଆଲ୍‌ଫା ୭ ଆର୍‌ ଭି କ୍ୟାମେରା

ଭୁବନେଶ୍ୱର,୮ା୪: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ଆଲ୍‌ଫା ୭ଆର୍‌ ଭି କ୍ୟାମେରାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ନିକଟରେ ବ୍ରାଣ୍ଡ୍‌ର ଆଲ୍‌ଫା ସିରିଜ ତଥା ନୂତନ ଇଣ୍ଟେଲିଜେନ୍ସ କ୍ୟାମେରାର ବଜାର ପ୍ରବେଶ ମଧ୍ୟ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଓଡ଼ିଶା ବଜାର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ନ୍ୟୁ ଆଲ୍‌ଫା ୭ ଆର୍‌ ଭି କ୍ୟାମେରା ମଡେଲର ଅନାବରଣ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଅବସରରେ ସୋନି ଇଣ୍ଡିଆର ଓଡ଼ିଶା ଶାଖା ମୁଖ୍ୟ ସି.ପି. ଓଝା, ଏଏସ୍‌ଏମ୍‌ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସମେତ ଅଭିଷେକ ପୋଦ୍ଦାର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସୋନି ଆଲ୍‌ଫା ୭ଆର୍‌ ଭି ମଡେଲ ସର୍ବୋଚ୍ଚ ରିଜୋଲ୍ୟୁସନ ଇମେଜ୍‌ ସେନ୍ସରକୁ ଏକ ନୂତନ ଏଆଇ ପ୍ରୋସେସିଂ ୟୁନିଟ୍‌ ସହ ସଂଯୋଗ କରିଥାଏ। ଏପରିକି ସୋନି ଆଲ୍‌ଫା ୭ଆର୍‌ ଭି କୌଣସି ଆଲ୍‌ଫା କ୍ୟାମେରାରେ ୬୧ ଏମ୍‌ପି ଫୁଲ୍‌ ଫ୍ରେମ୍‌ ସହ ୮ ଷ୍ଟେପ୍‌ ଇମେଜ୍‌ ସ୍ଥିରତା ପ୍ରଣାଳୀ ପ୍ରଦାନ କରିଥାଏ। ବିଶେଷକରି ସଂଶୋଧିତ ୧୬-ବିଟ୍‌ ର ଏଚ୍‌ଡିଏମ୍‌ଆଇ ଏବଂ ଆଇଏସ୍‌ଓ୧୦୨୪୦୦ ଓ ୧୦ ଏଫ୍‌ପିଏସ୍‌, ଓ୍ବାଇଫାଇ, ହାଇ-ସ୍ପିଡ୍‌ କମ୍ୟୁନିକେଶନ ଫଙ୍କ୍‌ସନ, ଉଚ୍ଚସ୍ତରୀୟ ଅପରେବିଲିଟି ସହିତ ସ୍ମୁଥ୍‌ ୱାର୍କ ଫ୍ଲୋ ଇଣ୍ଟିଗ୍ରେଶନ ପ୍ରଦାନ କରୁଛି ବୋଲି ସୋନି ପକ୍ଷରୁ କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବରିଷ୍ଠ ଫଟୋଗ୍ରାଫର ଓ ୫୦ରୁ ଅଧିକ ଗ୍ରାହକ ଏବଂ ସୋନିର ଓଡ଼ିଶା ଶାଖା କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri