ଚାଇନା ଉପରେ ରାଗିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ର ଅଗାଧାଡିର ଗାୟକ ସୋନୁ ନିଗମ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ସେ ଭାରତ-ଚାଇନା ସୀମା ବିବାଦକୁ ନେଇ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି। ନିକଟରେ ସେ ଭାରତୀୟ ସେନାର ଜଣେ ବୀର ଯବାନଙ୍କ ଭିଡିଓ ଦେଖିବା ପରେ ଚାଇନା ଉପରେ ଖୁବ୍‌ ରାଗି ଯାଇଛନ୍ତି। ନିକଟରେ ଜଣେ ଯବାନ ଚାଇନା ବର୍ଡର ଗସ୍ତ କରୁଥିବାର ସମୟରେ କିକି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ତେବେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେମାନେ ସୀମାରେ ଭାରତବାସୀଙ୍କୁ ସୁରକ୍ଷା ଦେବାକୁ ବଦ୍ଧ ପରିକର ବୋଲି କହିଛନ୍ତି। ଆଉ ଏଥିରେ ଭାରତବାସୀଙ୍କ ସହଯୋଗ ଆବଶ୍ୟକ। ଏମାନେ ସୀମାରେ ଶତ୍ରୁ ସହ ଲଢୁଥିବା ବେଳେ ଭାରତବାସୀ ଘରେ ବସି ଆଙ୍ଗୁଠି ଚଳାଇ ଚାଇନା ଆପ୍‌ ଡିଲିଟ୍‌ କରିବାର ଅର୍ଥ ଆମକୁ ସହଯୋଗ କରିବା। ତେଣୁ ଅପାଣମାନେ ଏତିକି କରନ୍ତୁ ବୋଲି ଯବାନ ଜଣକ ଅନୁରୋଧ କରିଛନ୍ତି। ସୋନୁ ଏହି ଭିଡିଓଟି ଦେଖିବା ପରେ ଦେଶବାସୀଙ୍କୁ କହିଛନ୍ତି ପ୍ରକୃତରେ ସୀମାରେ ସେନା କ’ଣ କରୁଛନ୍ତି କେଉଁ ଭଳି କଠିନ ପରିସ୍ଥିତିରେ ଗତି କରୁଛନ୍ତି ତାହା ଏହି ଭିଡିଓରୁ ସ୍ପଷ୍ଟ ପାରି ହୋଇ ପଡିଛି। ରାସ୍ତା ନ ଥିଲେ ବି ସେମାନେ କଳେ ବଳେ କୌଶଳେ ସେହି ବାଟ ଦେଇ ଯିବାସହ ଦେଶକୁ ସୁରକ୍ଷା ଦେଉଛନ୍ତି। ସୋନୁ ଏହାପରେ କହିଛନ୍ତି ମୁଁ ପ୍ରତିଜ୍ଞା କରୁଛି ଚାଇନା ସାମଗ୍ରୀ ବର୍ଜନ କରିବାକୁ। ସେ ମଧ୍ୟ ତାଙ୍କ ଫ୍ୟାନମାନଙ୍କୁ ଚାଇନା ସାମଗ୍ରୀ ଯଥା ସମ୍ଭବ ବର୍ଜନ କରିବାକୁ ଅନୁରୋଧ କରିଛନ୍ତି। କାରଣ ଚାଇନା ପ୍ରେମ ବା ଭଲପାଇବାର ଭାଷା ବୁଝୁନାହିଁ ତେଣୁ ତାକୁ କଡା ଜବାବ ଦେବା ଦରକାର ବୋଲି ସୋନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri