ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ ବହିର ରୂପ ଦେବାକୁ ନିଷ୍ପତ୍ତି କରିଛନ୍ତି। ଏହି ବହି ଜରିଆରେ ପ୍ରବାସୀଙ୍କୁ ଘର ପଠାଇବା ସମୟରେ ସୋନୁ ସମ୍ମୁଖୀନ ହୋଇଥିବା ବିଭିନ୍ନ ଚ୍ୟାଲେଞ୍ଜ ଓ କଷ୍ଟଦାୟକ ପରିସ୍ଥିତି ବିଷୟରେ ବିସ୍ତୃତ ଭାବେ ଲେଖିବେ। ଏଯାଏଁ ଏହି ପୁସ୍ତକର ନାମ ସ୍ଥିର ହୋଇନାହିଁ। କିନ୍ତୁ ଚଳିତ ବର୍ଷ ସୁଦ୍ଧା ଉକ୍ତ ବହି ପ୍ରକାଶିତ ହେବ ବୋଲି ଜଣାଶୁଣା ପ୍ରବ୍ଲିକେଶନ ସଂସ୍ଥା ଫେଙ୍ଗ୍‌ଓ୍ବିନ ରାଣ୍ଡମ ହାଉସ୍‌ ଇଣ୍ଡିଆ ସୂଚନା ଦେଇଛି। ଅନ୍ୟପଟେ ଏହି ବହିକୁ ନେଇ ସୋନୁ ବେଶ୍‌ ଉତ୍ସାହିତ ଥିବା ସହ ନର୍ଭସ ଅଛନ୍ତି ବୋଲି କହିଛନ୍ତି। ଆଶା କରୁଛି ଏହି ବହି ପ୍ରଶଂସକଙ୍କୁ ପସନ୍ଦ ଆସିବ ଏବଂ ତାଙ୍କର ଭଲପାଇବା ମିଳିବ।

ଏଥିସହ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ ଭଗବାନ ମାଧ୍ୟମ କରିଥିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ମୁତାବକ ସୋନୁ ମୁମ୍ବାଇରେ ରହୁଥିବା ପ୍ରବାସୀଙ୍କୁ ଲକ୍‌ଡାଉନ ସମୟରେ ନିଜ ରାଜ୍ୟକୁ ପଠାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏଥିପାଇଁ ସେ ଆଉ ତାଙ୍କ ଟିମ୍‌ ଟୋଲ ଫ୍ରି ନମ୍ବର ଓ ହ୍ବାଟସ୍‌ ଆପ୍‌ ନମ୍ବର ଜାରି କରିଥିଲେ। ପ୍ରବାସୀଙ୍କୁ ନିଜ ଘରକୁ ପଠାଇବା ପାଇଁ ସୋନୁ ସେମାନଙ୍କ ପାଇଁ ଖାଦ୍ୟ, ପିଇବା ପାଣି, ବସ୍‌ ଓ ଟ୍ରେନ୍‌ର ବ୍ୟବସ୍ଥା କରିଥିଲେ।

 

Share