ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଗୋଟିଏ ପାଦ ଆଗେଇଲେ ସୋନୁ: ଏହି ଆପ୍‌ ଜରିଆରେ ଯୋଗାଇବେ ରୋଜଗାର

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ଦେବଦୂତ ସାଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଏବେ ପୁଣି ପ୍ରବାସୀଙ୍କ ପାଇଁ ସେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍‌ଡାଉନରେ ଘରକୁ ଫେରି ଲକ୍ଷାଧିକ ଶ୍ରମିକ ନିଜ ରୋଜଗାର ହରାଇଛନ୍ତି। ତେଣୁ ଶ୍ରମିକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବୁଧବାର ସେ ଏକ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ‘ପ୍ରବାସୀ ରୋଜଗାର’ ଆପ୍‌ ରଖାଯାଇଛି। ଏହି ଆପ୍‌ ଶ୍ରମିକଙ୍କୁ ଅତି ସହଜରେ ଚାକିରି ଖୋଜିବାକୁ ସହାୟତା କରିବ। ଏଥିପାଇଁ ସେମାନଙ୍କୁ କୌଣସି ଦେଣ ଦେବାକୁ ମଧ୍ୟ ପଡ଼ିବ ନାହିଁ। ଏହି କାର୍ଯ୍ୟ ପାଇଁ ସୋନୁ ନିଜ ଇଞ୍ଜିନିୟର ବନ୍ଧୁମାନଙ୍କ ସହାୟତା ନେଇଛନ୍ତି। କେତେକ କମ୍ପାନୀ ଓ ଏନ୍‌ଜିଓ ତାଙ୍କୁ ସମର୍ଥନ କରିଛନ୍ତି ବୋଲି ସୋନୁ କହିଛନ୍ତି। ତେବେ ଏହି ଆପ୍‌ ଏବେ ଇଂଲିଶ ଭାଷାରେ ଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ୫ଟି ଭାଷାରେ ଉପଲବ୍ଧ କରାଯିବ ବୋଲି ସୋନୁ ସୂଚନା ଦେଇଛନ୍ତି।

Share