ସୋନୁ ସୁଦ୍‌ଙ୍କୁ ମିଳିଲା ଏହି ସମ୍ମାନଜନକ ପୁରସ୍କାର

ବଲିଉଡରେ ଖଳନାୟକ ଭାବରେ ବିଖ୍ୟାତ ସୋନୁ ସୁଦ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଅପେକ୍ଷା ସାମାଜିକ କାର୍ଯ୍ୟ ପାଇଁ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇବା ଏବଂ ପରେ ବହୁ ଶ୍ରମିକଙ୍କ ଲାଗି ନିଯୁକ୍ତି ବ୍ୟବସ୍ଥା କରାଇଥିଲେ। ତେବେ ତାଙ୍କର ଏହି କାର୍ଯ୍ୟକୁ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଶଂସା କରାଯାଉଛି।

ଏହି ପାଇଁ ତାଙ୍କୁ ଜାତିସଂଘର ସମ୍ମାନଜନକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ମିଳିତ ଜାତିସଂଘର ସମ୍ମାନଜନକ ଏସ୍‌ଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ଆୱାର୍ଡରେ ସୋନୁ ସୁଦଙ୍କୁ ପୁରସ୍କୃତ କରାଯାଇଛି । ସୋମବାର ଅନୁଷ୍ଠିତ ଏକ ଭର୍ଚୁଆଲ ସମାରୋହରେ ସୋନୁ ସୁଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ସୋନୁ ସୁଦଙ୍କ ପୂର୍ବରୁ ଆଞ୍ଜେଲିନା ଜୋଲି, ଡେଭିଡ ବେକହମ, ଲିଓନାର୍ଡୋ ଡିକାପ୍ରିଓ, ଏମା ୱାଟସନଙ୍କ ଭଳି ତାରକାଙ୍କୁ ପୁରସ୍କୃତ କରାଯାଇଛି। ଏହି ସମ୍ମାନ ପାଇ ଅଭିନେତା ସୋନୁ ସୁଦ ଖୁସି ବ୍ୟକ୍ତକରି କହିଛନ୍ତି, ‘ମୁଁ ମୋ ଦେଶବାସୀଙ୍କ ପାଇଁ ଯାହା କରିପାରେ କରୁଛି, ତାହା ଏକ ଛୋଟ ଅଂଶ।’

Share