ଟେଲର ଦୋକାନ ଖୋଲି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ

ମୁମ୍ବାଇ,୧୬।୧: : ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ। ଭିଡିଓଟିକୁ ସୋନୁ ନିଜେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟେରେ ସେୟାର୍‌ କରିଛନ୍ତି। ସେ ସେଥିରେ ଏକ ଟେଲର୍‌ ମେଶିନ ଚଲାଉଥିବା ଦେଖିବାକୁ ମିଳିଛି। ସୋନୁ ଭିଡିଓଟିକୁ ସେୟାର୍‌ କରି ଲେଖିଛନ୍ତି, ‘ସୋନୁ ସୁଦ ଟେଲର ଦୋକାନ, ଏଠାରେ ମାଗଣାରେ ସିଲାଇ କାରାଯାଏ। ଯଦି ପ୍ୟାଣ୍ଟ ଜାଗାରେ ନିକର ତିଆରି ହୋଇଯିବ ଏଥିରେ କୌଣସି ଗ୍ୟାରେଣ୍ଟ ନାହିଁ।’ ସୋନୁ ଏହି ଭିଡିଓଟି ତାଙ୍କ ପେଜରେ ଅପଲୋଡ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

Share