ସୋନୁ ସୁଦଙ୍କ ଜୀବନରେ ପ୍ରଥମ ଥର ଆସିଥିଲେ ଏହି ଝିଅ: ଜାଣନ୍ତୁ ସେ କିଏ…

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସହାଯ୍ୟ କରିବା ସହ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେ ସବୁବେଳେ ସମ୍ପର୍କରେ ରହିଥାନ୍ତି। ନିକଟରେ ଜଣେ ପ୍ରଶଂସକ ଭଗବାନଙ୍କ ଫଟୋ ନିକଟରେ ସୋନୁଙ୍କ ଫଟୋରଖି ପୂଜା କରୁଥିବା ଭିଡିଓ ସୋନୁଙ୍କୁ ଟ୍ୟାଗ୍‌ କରିଥିଲେ। ଏହାର ଉତ୍ତରରେ ସୋନୁ କହିଥିଲେ, ମୋର ସ୍ଥାନ ଏଠାରେ ନୁହେଁ, କେବଳ ଆପଣଙ୍କ ହୃଦୟରେ ରହିବା ଦରକାର। ତେବେ ସୋନୁଙ୍କ ବିଷୟରେ ପ୍ରାୟ ସମସ୍ତ ଅଳ୍ପ ବହୁତ ଜାଣନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ଜାଣିବା ସୋନୁଙ୍କ ପରିବାର ବିଷୟରେ…

୩୦ ଜୁଲାଇ, ୧୯୭୩ରେ ପଞ୍ଜାବର ମୋଗାରେ ଜନ୍ମଗ୍ରହଣ କରିଥିବା ସୋନୁଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୋନାଲି ସୁଦ। ସୋନୁ ୨୫ ସେପ୍ଟେମ୍ବର ୧୯୯୬ରେ ସୋନାଲୀଙ୍କୁ ବିବାହ କରିଥିଲେ। ତାଙ୍କର ୨ ପୁଅ ଆୟାନ ଓ ଇଶାନ ଅଛନ୍ତି। ତେବେ ସୋନାଲୀ ଲାଇମ୍‌ଲାଇଟ୍‌ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ତେଣୁ ସର୍ବସାଧାରଣ ଇଭେଣ୍ଟରେ ତାଙ୍କୁ ବହୁତ କମ୍‌ ଦେଖିବାକୁ ମିଳିଥାଏ। ଫିଲ୍ମ ଜଗତ ସହିତ ସୋନାଲିଙ୍କର କୌଣସି ସମ୍ପର୍କ ନାହିଁ। ନାଗପୁରର ଯଶଓ୍ବନ୍ତରାଓ ଚୌହ୍ବାନ କଲେଜର ଇଞ୍ଜିନିୟରିଂ ପାଠ ପଢ଼ିବା ସମୟରେ ସୋନୁ ଏବଂ ସୋନାଲିଙ୍କ ମଧ୍ୟ ପ୍ରଥମ ସାକ୍ଷାତ ହୋଇଥିଲା। ସୋନୁ ପଞ୍ଜାବୀ ହୋଇଥିବା ବେଳେ ସୋନାଲି ତେଲୁଗୁ । ସୋନୁଙ୍କ ଜୀବନରେ ଆସିଥିବା ପ୍ରଥମ ଝିଅ ହେଉଛନ୍ତି ସୋନାଲି। ଏକଥା ନିଜେ ସୋନୁ ଏକ ସାକ୍ଷାତକାରରେ କହିଥିଲେ। ସେମାନଙ୍କ ବିବାହକୁ ୨୪ ବର୍ଷ ହେବାକୁ ଯାଉଛି। ସୋନୁଙ୍କର ୨ ଭଉଣୀ ଅଛନ୍ତି। ଜଣେ ପଞ୍ଜାବରେ ବିବାହ କରିଥିବା ବେଳେ ଅନ୍ୟ ଜଣେ ବିଦେଶରେ ବିବାହ କରିଛନ୍ତି। ସୋନୁଙ୍କ ବାପା ଶକ୍ତି ସୁଦଙ୍କର ଫେବୃୟାରୀ ୨୦୧୮ରେ ମୃତ୍ୟୁ ଘଟିଥିଲା। ଏହାର ୮ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୦ରେ ତାଙ୍କ ମା’ଙ୍କ ପରଲୋକ ଘଟିଥିଲା।
ସୋନୁ ନିଜର ଜନ୍ମଦିନ ପାଳନ କରି ନ ଥାନ୍ତି। ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ନିଜେ ସୋନୁ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେବେଠାରୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି ତା’ ପରଠାରୁ ସେ ଆଉ ଜନ୍ମଦିନ ପାଳନ କରୁ ନାହାନ୍ତି। ବଲିଉଡ୍‌ରେ କାମ କରିବା ପୂର୍ବରୁ ସୋନୁ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରୁଥିଲେ। ୨୦୦୨ରେ ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ‘ଶହିଦ୍‌-ଏ-ଆଜମ୍‌’ ରିଲିଜ୍‌ ହୋଇଥିଲା। ପରେ ସୋନୁ କାହାଁ ହୋ ତୁମ୍‌, ଯୁବା, ଶିଶା, ଆଶିକ ବନାୟା ଆପ୍‌ନେ, ଯୋର୍ଦ୍ଧା ଅବକର, ଦବଙ୍ଗ ଆଦି ଫିଲ୍ମରେ କାମ କରିଛନ୍ତି।

Share