ସୋନୁଙ୍କୁ ମିଳୁନି ନେଗେଟିଭ ରୋଲ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଏବେ ନିଜ ସମ୍ପର୍କରେ ପ୍ରଶଂସକଙ୍କ ସହ ଖୋଲାଖୋଲି କଥା ହୋଇଛନ୍ତି । କରୋନା ମହାମାରୀ ସମୟରେ ଅନେକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ପ୍ରାୟ ୨ ବର୍ଷ ହେବ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ସୋନୁ ଆଜିବି ସେମିତି ସାହାଯ୍ୟ କରିବା ସହ ଅନେକଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । କରୋନା ସମୟରେ ଯିଏ ଯେତେବେଳେ ସୋନୁଙ୍କ ସାହାଯ୍ୟ ମାଗିଛି ସେତେବେଳେ ସେ ଯଥାସାଧ୍ୟ ସହଯୋଗର ହାତ ବଢାଇଛନ୍ତି । ହଜାର ହଜାରଙ୍କ ଜୀବନ ବଞ୍ଚାଇଥିବା ସୋନୁ ଏବେ ଅସୁବିଧାରେ ପଡିଯାଇଛନ୍ତି । କାରଣ ହେଉଛି ତାଙ୍କୁ ଆଉ ଅଭିନୟ ସୁଯୋଗ ମିଳିନାହିଁ । ଅର୍ଥାତ୍ ସୋନୁଙ୍କୁ ଏବେ ଆଉ ନେଗେଟିଭ ରୋଲର ଅଫର ମିଳୁନାହିଁ । ତେଣୁ ତାଙ୍କ ହାତରେ କାମ ପ୍ରାୟ ନାହିଁ କହିଲେ ଚଳେ । ଏକଥା ନିଜେ ଅଭିନେତା ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।
ସୋନୁ କହିଛନ୍ତି ମୋତେ ଆଉ ନେଗେଟିଭ ରୋଲ ମିଳୁନାହିଁ । ତେବେ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିବା ପରେ ଏମିତି ସମୟକୁ ମୋତେ ସାମ୍ନା କରିବାକୁ ପଡୁଛି । ପୂର୍ବରୁ ତାଙ୍କୁ ପ୍ରାୟତଃ ନେଗେଟିଭ ରୋଲରେ ଦେଖିବାକୁ ମିଳୁଥିବା ବେଳେ ଏବେ ତାଙ୍କ ହାତ ଖାଲି । ସୋନୁ କହୁଛନ୍ତି ଏହା କରୋନା ସମୟରେ ସାହାଯ୍ୟ କରିବାରୁ ଏଭଳି ସ୍ଥିତିକୁ ବୋଧହୁଏ ସାମ୍ନା କରିବାକୁ ପଡୁଛି । ଏପର୍ଯ୍ୟନ୍ତ ସେ ନେଗେଟିଭ ରୋଲରେ ଅଭିନୟ କରି ଆସୁଥିବା ବେଳେ ଏବେ କିନ୍ତୁ ଦର୍ଶକେ ଆଉ ତାଙ୍କୁ ସେହି ଚରିତ୍ରରେ ଗ୍ରହଣ ନ କରିପାରନ୍ତି ବୋଲି ବୋଧହୁଏ ପ୍ରଯୋଜକ, ନିର୍ଦ୍ଦେଶକ ଧରି ନେଇଛନ୍ତି । ଏମିତିକି ପୂର୍ବର କିଛି ଚରିତ୍ରର ସ୍କ୍ରିପ୍ଟ ଏବେ ପରିବର୍ତ୍ତନ କରାଯାଉଥିବା ସୋନୁ କହିଛନ୍ତି । ଯାହା ହେଉଛି ଆଗକୁ ତାହା ମୋ ପାଇଁ ଠିକ୍ ହେବ ବୋଲି ସୋନୁ ଆଶା ରଖିଛନ୍ତି । ରିୟଲ ଲାଇଫର ଏହି ହିରୋ ଏବେ ସମସ୍ୟା ଘେରରେ । ଏବେ ସୋନୁ ଏମଟିଭିର ଶୋ’ ରୋଡିଜକୁ ହୋଷ୍ଟ କରୁଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri