ରଣବୀରଙ୍କ ଫଟୋଶୁଟ୍‌କୁ ନେଇ ଜାଣନ୍ତୁ କ’ଣ କହିଲେ ସୋନୁ ସୁଦ୍‌

ବଲିଉଡ୍‌ ଅଭିନେତା ରଣବୀର ସିଂ ଏବେ ତାଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ। କେତେକ ରଣବୀରଙ୍କର ଏଭଳି ଫଟୋଶୁଟ୍‌କୁ ପସନ୍ଦ କରୁଥିବା ବେଳେ ଆଉ କେତେକ ସମାଲୋଚନା କରୁଛନ୍ତି। ପ୍ରସଂଶକ ଏବଂ ସେଲିବ୍ରିଟି ଏହ ଉପରେ ନିଜର ମତାମତ ମଧ୍ୟ ରଖୁଛନ୍ତ। ଏହାରି ମଧ୍ୟରେ ଅଭିନେତା ସୋନୁ ସୁଦ୍‌ ରଣବୀରଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ସମର୍ଥନ କରିଛନ୍ତି। ଆଉ କହିଛନ୍ତି, ଫଟୋଶୁଟ୍‌ କରିବା ଜଣଙ୍କର ପସନ୍ଦ ହେବା ଉଚିତ୍‌। ନିଜ ମନ ପସନ୍ଦର ଫଟୋଶୁଟ୍‌ କରିବା କୌଣସି ଅପରାଧ ନୁହେଁ ବୋଲି ଅଭିନେତା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆମେ ଗୋଟିଏ ସମାଜରେ ରହୁଛନ୍ତି, ଯେଉଁଠାରେ ଯଦି ଆପଣ କିଛି କରିବାକୁ ଚାହାନ୍ତି କିମ୍ବା କରନ୍ତି, ସେଠାରେ ବହୁତ ଲୋକ ଆପଣଙ୍କ ଆଡକୁ ଆଙ୍ଗୁଳି ଉଠାଇବେ। କିନ୍ତୁ ମୁଁ ଭାବୁଛି ଯେତେବେଳେ ତୁମେ ଯାହା ବି କିଛି କର, ସେତେବେଳେ ନିଜକୁ ପ୍ରସ୍ତୁତ କରିବା ଶିଖ।

Share