ଫିଲ୍ମରେ ସୋନୁ ସୁଦ୍‌ ପିଟା ଖାଉଥିବା ଦେଖି ପ୍ରଶଂସକ ନେଲେ ଏମିତି ନିଷ୍ପତ୍ତି

କରୋନା ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ସେ ଏହି ସମୟରେ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତେଣୁ ଲୋକେ ତାଙ୍କ ବିରୋଧରେ କିଛି ଦେଖିବାକୁ ପସନ୍ଦ କରନ୍ତି ନାହିଁି। ନିକଟରେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଫିଲ୍ମରେ ସୋନୁ ସୁଦ୍‌ ପିଟା ଖାଉଥିବା ଦେଖି ୭ ବର୍ଷୀୟ ପ୍ରଶଂସକ ଏତେ ରାଗିଯାଇଥିଲେ ଯେ, ସେ ନିଜ ଟିଭି ଭାଙ୍ଗି ଦେଇଥିଲେ। ଏହି ଘଟଣା ତେଲେଙ୍ଗାନାର ସଙ୍ଗାରେଡିରେ ଘଟିଛି। ଏହ ଶିଶୁର ନାମ ବିରାଟ। ଯିଏ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ତାଙ୍କୁ ଟିଭିରେ ମାଡ ଦିଆଯାଉଥିବା ଦେଖି ଶିଶୁଟି ରାଗିଯାଇ ଏମିତି ନିଷ୍ପତ୍ତି ନେଇଥିଲେ। ଏକ ତେଲୁଗୁ ନ୍ୟୁଜ ଚ୍ୟାନେଲ ଏହି ଖବରର କ୍ଲିପ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ସୋନୁ ସୁଦ। ସୋନୁ ସୁଦ ଏହି ଟୁଇଟ୍‌କୁ ରିଟୁଇଟ୍‌ କରି ମଜାରେ ଲେଖିଛନ୍ତି, ଆରେ, ତୁମର ଟିଭି ଭାଙ୍ଗ ନାହିଁ। ଏବେ ତାଙ୍କ ବାପା ମୋତେ ଏକ ନୂଆ ଟିଭି ମାଗିବାକୁ ଯାଉଛନ୍ତି । ସୋନୁ ସୁଦ ଦେଇଥିବା ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share