ଫିଲ୍ମର ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଜ୍ୟାକଲିନ- ସୋନୁ ସୁଦ

ମୁମ୍ବାଇ: ୨୦୦ କୋଟି ଠକେଇ ମାମଲାକୁ ନେଇ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ ଚର୍ଚ୍ଚାରେ ଥିବାବେଳେ ଏବେ ତାଙ୍କ ଅପକମିଙ୍ଗ୍‌ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଫିଲ୍ମ ‘ଫତେହ’ରେ ଦେଖିବାକୁ ମିଳିବ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ଅପ୍‌ଡେଟ ଆସିଛି ଯେ, ଜ୍ୟାକଲିନ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ସୋନୁ ସୁଦ ମଧ୍ୟ ନଜର ଆସିବେ। ଏହାର ଶୁଟିଂ ପାଇଁ ଉଭୟ ଅମୃତସରରେ ପହଞ୍ଚିଛନ୍ତି। ତେବେ ଶୁଟିଂରୁ କିଛି ସମୟ ବାହାର କରି ଫିଲ୍ମର ସଫଳତା ପାଇଁ ଦୁହେଁ ଅମୃତସରରେ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି।
ଏହାର କିଛି ଫଟୋ ସୋନୁ ସୁଦ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସୋନୁ ସୁଦ ଶେୟାର କରିଥିବା ଗୋଟିଏ ଫଟୋରେ ଅଭିନେତା ଜ୍ୟାକଲିନଙ୍କ ସହ ଗୁରୁଦ୍ୱାର ବାହାରେ ଠିଆ ହୋଇଥିବା ବେଳେ ଦ୍ୱିତୀୟ ଫଟୋରେ ଜ୍ୟାକଲିନ ଏବଂ ସୋନୁ ସୁଦ ଏକ ବାଇକରେ ବସିଥିବାର ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବେଭବ ମିଶ୍ର।

Share