ଖୁବ୍‌ଶୀଘ୍ର ଦେଶର ପ୍ରତିଟି ହିରୋଙ୍କ କାହାଣୀ କହିବେ ସୋନୁ

ମୁମ୍ବାଇ: ବଲିଉଡ୍ ନାୟକ ସୋନୁ ସୁଦ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଅଭିନୟ ତାଙ୍କୁ ଯେତିକି ପରିଚୟ ଦେଇଥିଲା ତା’ଠାରୁ ଅଧିକ ପରିଚୟ ଦେଲା ତାଙ୍କ ମାନବିକତା । କରୋନା ମହାମାରୀ ସାଙ୍ଗକୁ ଦେଶରେ ଲକଡାଉନ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଗରିବଙ୍କ ପାଇଁ ଦେବଦୂତ ସାଜିଥିଲେ ବଲିଉଡର ଏହି ଅଭିନେତା ସୋନୁ ସୁଦ । ଏହାପରେ ସେ ଘରେ ଘରେ ଦେଶର କୋଣ ଅନୁକୋଣରେ ବେଶ ପରିଚିତ । ନିକଟରେ ଏକ ସାକ୍ଷାତ୍‌କାରରେ ସୋନୁ କହିଛନ୍ତି ଖୁବ୍‌ଶୀଘ୍ର ସେ ଦେଶର ପ୍ରତିଟି ହିରୋଙ୍କ କାହାଣୀ କହିବାକୁ ଯାଉଛନ୍ତି । ସେ ନ୍ୟାଶନାଲ ଜୋଗ୍ରାଫିକ ଚ୍ୟାନେଲରେ ଏମିତି ଏକ ଶୋ’ ନେଇ ଆସୁଛନ୍ତି ଯାହାର ନାଁ ରହିଛି ‘ଇଟ ହାପନ୍ସ ଓନଲି ଇନ୍ ଇଣ୍ଡିଆ’ ।
ଏହାକୁ ନେଇ ସୋନୁ କହିଛନ୍ତି ପିଲାଦିନେ ସେ ତାଙ୍କ ଜେଜେମାଆଙ୍କଠାରୁ ରାଜାରାଣୀ କହାଣୀ ଶୁଣୁଥିଲେ । ହେଲେ ଏବେ ସେ ସବୁ ଲୋପ ପାଇଗଲାଣି । ଲୋକେ ସୋସିଆଲ ମିଡିଆ ଯୁଗରେ ଏସବୁ କଥା ଭୁଲି ଗଲେଣି । ପିଲାମାନଙ୍କୁ ଏସବୁ କାହାଣୀ ପରିବର୍ତ୍ତେ ମୋବାଇଲ ବେଶି ପସନ୍ଦ ଆସୁଛି । ତେଣୁ ସେ ପୁଣିଥରେ ସେମିତି କିଛି କାହାଣୀକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ସୋନୁ ପଞ୍ଜାବର ଗଡ ମୋଗା ବାସିନ୍ଦା ହୋଇଥିବା ବେଳେ ସେଠାରେ ତାଙ୍କ ଜେଜେ ଅଣ ଜେଜେ କିଛି ସମ୍ପତ୍ତି ସ୍କୁଲ କଲେଜ ଖୋଲିବାକୁ ଦେଇ ଦେଇଥିଲେ । ଯାହାକୁ ନେଇ ସେ ଆଜି ଗର୍ବ କରନ୍ତି ଆଉ ଆଶ୍ଚର୍ଯ୍ୟ ବି ହୁଅନ୍ତି । ଯେତେବେଳେ ସେ ସେହି ସ୍କୁଲ ବା କଲେଜକୁ ଗେଷ୍ଟ ହୋଇ ଯାଆନ୍ତି ସେତେବେଳେ ସେ ଏକଥା ସେଠାକାର ଶିକ୍ଷୟିତ୍ରୀ/ଶିକ୍ଷକଙ୍କଠାରୁ ଜାଣିବାକୁ ପାଆନ୍ତି । ଏସବୁକୁ ନେଇ ସୋନୁ ଏବେ ଏକ ଭିନ୍ନ ଧରଣର ଶୋ’ ନେଇ ଆସୁଥିବା ପ୍ରକାଶ କରିଛନ୍ତି । ଏମିତିକି ଲକଡାଉନ ସମୟର କାହାଣୀକୁ ନେଇ ସେ ଏକ ପୁସ୍ତକ ରଚନା କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

ପ୍ରତୀକଙ୍କୁ ମିଳିଲା ବଡ଼ ସୁଯୋଗ, ‘ନାଗିନ୍‌-୬’ରେ କରିବେ ଏଣ୍ଟ୍ରି

ବମ୍ବେ: ବିଗ୍‌ ବସ୍‌ ଫେମ୍‌ ପ୍ରତୀକ ଶେହଜପାଲଙ୍କୁ ମିଳିଛି ବଡ଼ ବ୍ରେକ୍‌। ଲୋକପ୍ରିୟ ଟେଲି ଧାରବାହିକ ‘ନାଗିନ-୬’ରେ ସେ ନଜର ଆସିବେ। ଏନେଇ ସେ ସୋସିଆଲ...

ଫଟୋଗ୍ରାଫରଙ୍କ ପ୍ରେମରେ ଏହି ଅଭିନେତ୍ରୀ

ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି...

ମନମୋହିଲା ପ୍ରଭୁଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସହ ହିନ୍ଦୀ ଫିଲ୍ମରେ ପ୍ରଭୁଦେବାଙ୍କ ବହୁ ନାଁ ରହିଛି। ଡ୍ୟାନ୍ସରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ସମୟକ୍ରମେ ଅଭିନୟ ଓ ନିର୍ଦ୍ଦେଶନାରେ ନିଜର...

ବିବାହ ବାର୍ଷିକୀ ପାଳନ କଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଆଜି ଅର୍ଥାତ୍‌ ଡିସେମ୍ବର ୯ରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ସକାଳୁ ସେମାନଙ୍କ...

କପିଲ ଶର୍ମାଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଅକ୍ଷୟ କୁମାର

ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଶୋ’କୁ ନେଇ ପ୍ରାୟ ଚର୍ଚ୍ଚାରେ ରୁହନ୍ତି। ସାଧାରଣ ଲୋକଙ୍କ ବ୍ୟତୀତ ଫିଲ୍ମ ତାରକାମାନେ ମଧ୍ୟ ତାଙ୍କ ଶୋ’କୁ...

ଦିଲ୍‌ ମେ ହୋ ତୁମ୍‌…

ମୁମ୍ବାଇ, ୧୬।୨ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରୀଙ୍କ ପରଲୋକ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର...

ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା

ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ...

Advertisement
Archives

Model This Week