ରାଇନାଙ୍କ ପରେ ଏହି କ୍ରିକେଟରଙ୍କ ସହାୟତା ପାଇଁ ଆଗେଇ ଆସିଲେ ସୋନୁ ସୁଦ୍‌: କହିଲେ…

ବମ୍ବେ: ପରଦାରେ ଖଳନାୟକ ହେଲେ ଅସଲ ଜୀବନରେ ହିରୋ। ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପରିଚୟ ଏବେ କିଛି ଏଭଳି କହିଲେ ଭୁଲ୍‌ ହେବ ନାହିଁ। ମହାମାରୀ କରୋନା ଯୋଗୁ ଉପୁଜିଥିବା ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ବେଳେ ଅଭିନେତା ହିରୋ ଭଳି ସମସ୍ତଙ୍କର ସହାୟତା କରିଆସୁଛନ୍ତି। ସେ ସାଧାରଣଜନତା ହୁଅନ୍ତୁ ଅବା ସେଲିବ୍ରିଟି, ସମସ୍ତଙ୍କୁ ସହାୟତା କରୁଛନ୍ତି ସୋନୁ।

କିଛିଦିନ ତଳେ ଅଭିନେତା ଚେନ୍ନାଇ ସୁପରକିଙ୍ଗ୍ସର ଷ୍ଟାର ସୁରେଶ ରାଇନାଙ୍କ ସହାୟତା କରିଥିଲେ। ଏବେ ସେ ଆଉଜଣେ କ୍ରିକେଟରଙ୍କ ସହାୟତା କରିଛନ୍ତି। ସେ ହେଲେ କୋଲକାତା ନାଇଟ୍‌ ରାଇଡର୍ସର ଅନୁଭବୀ ଅଫ୍‌ ସ୍ପିନର ହରଭଜନ ସିଂହ।

ହରଭଜନ ଟୁଇଟ୍‌ କରି କର୍ନାଟକରେ ଜଣେ ବ୍ୟକ୍ତିଙ୍କୁ ଏମ ରେମ୍‌ଡିସିଭର ଇଞ୍ଜେକ୍‌ଶନ୍‌ ଆବଶ୍ୟକ ଥିବା କହିଥିଲେ। ଏହା ଦେଖିବା କ୍ଷଣି ତୁରନ୍ତ ସହାୟତା କରିଥିଲେ ସୋନୁ। ସେ ରିଟୁଇଟ୍‌ କରି ପହଞ୍ଚାଇ ଦେବି ବୋଲି କହିଥିଲେ। ଏହାକୁ ନେଇ ଅଭିନେତାଙ୍କୁ ଧନ୍ୟବାଦ ଦେଇଛନ୍ତି କ୍ରିକେଟର।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ପ୍ରଥମଥର ପରଦାରେ ରୋମାନ୍ସ କରିବେ ସ୍ତ୍ରୀ-ସ୍ବାମୀ

ବଲିଉଡ ଅଭିନେତା ଅଲି ଫଜଲ ତାଙ୍କ ୱେବ ସିରିଜ ‘ରାଖ’ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଖୁବ୍‌ଶୀଘ୍ର ସେ ‘ମିର୍ଜାପୁର: ଦି…

ଆମିରଙ୍କ ତୃତୀୟ ବିବାହକୁ ନେଇ ଏମିତି କ’ଣ ହେଲା ଯେ, ଭାଇରାଲ ହେଲା ସଲମାନଙ୍କ ଭିଡ଼ିଓ

ମୁମ୍ବାଇ: ରବିବାର, ଜୁଲାଇ ୫ରେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଘରେ ଗୌରୀ ସ୍ପ୍ରେଟଙ୍କ ସହିତ ପଞ୍ଜୀକୃତ ବିବାହ ହୋଇଥିଲା। ଏବେ, ଏହି ଦମ୍ପତିଙ୍କ ବିବାହର…

Aamir Khan Wedding: ୬୦ ବର୍ଷରେ ତୃତୀୟ ବିବାହ କଲେ ଆମିର, ବଧୂ ସାଜିଲେ ଗୌରୀ, ଦେଖନ୍ତୁ PHOTO

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କ ସହ ତୃତୀୟ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri