ଚାକିରି ସହ ଘର ଯୋଗାଇଦେବେ ସୋନୁ

 

ମୁମ୍ବାଇ: ରିୟଲ ଲାଇଫର ହିରୋ ପାଲଟିଥିବା ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ସାରା ଦେଶରେ କରୋନା ଭାଇରସ ମହାମାରୀ ଅନେକଙ୍କ ରୋଜଗାର ଛଡାଇ ନେଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଆଉ ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଯେତେବେଳେ ପ୍ରବାସୀମାନେ ପାଦରେ ଚାଲି ଚାଲି ନିଜ ଗାଁକୁ ଫେରୁଥିଲେ ସେତେବେଳେ ସୋନୁ ସେମାନଙ୍କୁ ଘରେ ପହଞ୍ଚାଇବାକୁ ବସ୍‌ ବ୍ୟବସ୍ଥା କରି ଆସିଥିଲେ ଚର୍ଚ୍ଚାକୁ। ଏହାପରେ ଯିଏ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସାହାଯ୍ୟ ମାଗିଛନ୍ତି ପ୍ରାୟ ସବୁକ୍ଷେତ୍ରରେ ସେ ସହଯୋଗର ହାତ ବଢାଇଛନ୍ତି। ଏମିତିକି କେତେକଙ୍କ ପାଇଁ ରୋଜଗାର ମଧ୍ୟ ଯୋଗାଇ ଦେଇଛନ୍ତି ସୋନୁ। ସେ ତାଙ୍କ ୪୭ ତମ ଜନ୍ମଦିନରେ ଘୋଷଣା କରିଥିଲେ କି ସେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବେ। ଏଥିପାଇଁ ସେ ‘ପ୍ରବାସୀ ରୋଜଗାର’ ନାମକ ଏକ ଆପ୍‌ ମଧ୍ୟ ଲଞ୍ଚ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ପ୍ରବାସୀଙ୍କୁ ସେ ରୋଜଗାର ଯୋଗାଇ ଦେଇଥିବା କୁହାଯାଏ। ହେଲେ ଏଥର ସେ ଯେଉଁ କାମ କରିଛନ୍ତି ତାହା ସବୁଠାରୁ ବଡ଼ ବୋଲି ଆଲୋଚନା ହେଉଛି। ସୋନୁ ନଏଡ଼ାରେ ୨୦ ହଜାର ପ୍ରବାସୀଙ୍କୁ ଘର ଯୋଗାଇ ଦେବାକୁ କହିଛନ୍ତି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଘର ତିଆରି କରିବା କାମ ‘ନ୍ୟାଶନାଲ ଆସୋସିଏଶନ ଫର ଏଲିବେଶନ କଣ୍ଟ୍ରାକ୍ଟର’ର ଅଧ୍ୟକ୍ଷ ଲଳିତ ଠୁକରାଲଙ୍କ ସହ ମିଶି ୨୪ ଘଣ୍ଟା କାମ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଥରେ ସୋନୁ ଶେୟାର କରିଥିଲେ କି ଗୋଟିଏ ଦିନରେ ୧,୧୩୭ ଇମେଲ, ୧୯,୦୦୦ ଫେସବୁକ, ୪,୮୧୨ ଇନଷ୍ଟାଗ୍ରାମ, ୬,୭୪୧ ଟୁଇଟର ମେସେଜ ଜରିଆରେ ଲୋକେ ତାଙ୍କୁ ସହାୟତା ମାଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri