ସୋନୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ମୁମ୍ବାଇ: ଗତବର୍ଷ କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ନୂଆ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ । ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ ମହାନାୟକ ଅମିତାଭ ବଚ୍ଚନ ଜଣାଇଛନ୍ତି । ଅମିତାଭ ଟୁଇଟ୍ କରି ସୋନୁଙ୍କ ଅଭିନୀତ ଫିଲ୍ମ ‘କିଷାନ’ କଥା କହିଛନ୍ତି ଓ ଏହାସହ ସୋନୁଙ୍କୁ ଏଥିପାଇଁ ଶୁଭେଚ୍ଛା ବି ଜଣାଇଛନ୍ତି । ଅମିତାଭ ଟୁଇଟ୍ କରି ଲେଖିଛନ୍ତି ଫିଲ୍ମ କିଷାନ ପାଇଁ ସୋନୁଙ୍କୁ ଶୁଭେଚ୍ଛା । ଇ ନିୱାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ସୋନୁ ସୁଦଙ୍କ ଦ୍ୱାରା ଅଭିନିତ ଏହି ଫିଲ୍ମକୁ ଡ୍ରିମଗର୍ଲ ଫିଲ୍ମର ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟ ପ୍ରଯୋଜନା କରିଛନ୍ତି । ‘କିଷାନ’କୁ ନେଇ ଏହାଠାରୁ ବେଶି ଆଉ କିଛି ସୂଚନା ନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ ପ୍ରଥମ ଫିଲ୍ମ ଡ୍ରିମ ଗର୍ଲରେ ଡାଇରେକ୍ଟର ଡେବ୍ୟୁ କରିଥିଲେ ଏଥିରେ ଆୟୁଷ୍ମାନ ଖୁରାନା ନଜର ଆସିଥିଲେ । ବଲିଉଡ ଦୁନିଆର ଖଳନାୟକ ସୋନୁ ସୁଦଙ୍କ ଇମେଜ ଲକ୍‌ଡାଉନ ସମୟରେ ଏକବାର ବଦଳି ଯାଇଛି । ପ୍ରବାସୀଙ୍କୁ ସାହାଯ୍ୟ କରି ସେ ଯେମିତି ପାଲଟି ଯାଇଥିଲେ ସେମାନଙ୍କ ପାଇଁ ଦେବଦୂତ । ତାଙ୍କର ସାହାଯ୍ୟକୁ ଲୋକେ କେବେବି ଭୁଲ ପାରିବେ ନାହିଁ । ଏହି ଦେବଦୂତଙ୍କ ନାଁରେ ଏବେ ବିଭିନ୍ନ ସ୍ଥାନରେ ରେସ୍ତୋରାଁ ଖୋଲିଥିବା ବେଳେ କେହି କେହି ସୋନୁଙ୍କ ନାଁରେ ବ୍ୟବସାୟ ବି ଆରମ୍ଭ କରିଛନ୍ତି ।

Share