ଅଭିନେତା ସୋନୁ ସୁଦଙ୍କୁ ଗୋଟିଏ ମାସର ଦରମା ଦେବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମିଳିଲା ଏମିତି ଉତ୍ତର

ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି। କାହାକୁ ଘର ତ ଆଉ କାହାକୁ ଚାକିରି ଦେଇ ସୋନୁ ଏବେ ଦେଶରେ ଲୋକପ୍ରିୟତା ହାସଲ କରିଛନ୍ତି। ସୋନୁଙ୍କ କାମରେ ଖୁସି ହୋଇ ଜଣେ ଯୁବକ ନିଜ ମାସକ ଦରମା ତାଙ୍କୁ ଦେବାକୁ ଚାହୁଁଥିବା ଜଣାପଡିଛି। ମୁକେଶ କୁମାର ନାମକ ଏହି ଯୁବକ ଜଣଙ୍କ ସୋନୁଙ୍କୁ ଟୁଇଟରରେ ଟ୍ୟାଗ୍‌ କରି କହିଛନ୍ତି, ଭାଇ ମୁଁ ଅଧିକ କିଛି ଆପଣଙ୍କୁ ସାହାଯ୍ୟ କରିପାରିବି ନାହିଁ। ମୋର ଗୋଟିଏ ମାସର ଦରମା ଆପଣଙ୍କୁ ଦେଇପାରିବେ। ଯାହାଦ୍ୱାରା ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ସହାୟକ ହେବ। ଏହା ଜବାବରେ ସୋନୁ କହିଛନ୍ତି, ତୁମଠାରୁ ଧନୀ ବ୍ୟକ୍ତି କେହି ନାହାନ୍ତି। ସବୁବେଳେ ଏମିତି ରହିଥିବ। ପଡୋଶୀରେ କୌଣସି ପରିବାରକୁ ସାହାଯ୍ୟ କରିଦିଅ ଏଥିରେ ଭାବିନେବ ତୁମ ଦରମା ମୋ ପାଖରେ ପହଞ୍ଚିଗଲା। ଏବେ ଏହି ମେସେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ଫସିରହିଥିବା ଶ୍ରମିକଙ୍କ ସେମାନଙ୍କ ଘରେ ପହଞ୍ଚାଇବାରେ ସୋନୁଙ୍କ ଥିଲା ବଡ ଭୂମିକା। ଏଥିପାଇଁ ଅନେକ ଶ୍ରମିକ ପରିବାର ତାଙ୍କୁ ଭଗବାନ ଭଳି ପୂଜିବା ଆରମ୍ଭ କରିଛନ୍ତି।

Share