ମାଳଦ୍ୱୀପରେ ପହଞ୍ଚାଇବାକୁ ସୋନୁ ସୁଦ୍‌ଙ୍କୁ ଅନୁରୋଧ କଲେ ଜଣେ ବ୍ୟକ୍ତି, ଅଭିନେତାଙ୍କ ଉତ୍ତର ଶୁଣି ହସିହସି ଗଡ଼ିବେ

ମୁମ୍ବାଇ: କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ସୋନୁଙ୍କ ଏପରି ସାହାଯ୍ୟ ସହଯୋଗ ଦେଖି ଲୋକେ ତାଙ୍କୁ ଗରିବଙ୍କ ଭଗବାନ ମାନୁଥିଲେ। ଲକ୍‌ଡାଉନ୍‌ ସମୟରେ ସୋନୁ ହଜାର ହଜାର ପ୍ରବାସୀଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିଥିଲେ। ସୋନୁ ଏବେ ବି ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି। ଟୁଇଟର ଆକାଉଣ୍ଟରେ ସେ ବେଶ୍‌ ସକ୍ରିୟ ଅଟନ୍ତି। ପ୍ରାୟତଃ ୟୁଜରମାନଙ୍କୁ ବେଶ୍‌ କୌତୂହଳ ସହକାରେ ଉତ୍ତର ଦେଇଥାନ୍ତି।

ଜଣେ ୟୁଜର ତାଙ୍କୁ ମାଳଦ୍ୱୀପରେ ପହଞ୍ଚାଇବାକୁ କହିଛନ୍ତି, ୟୁଜର ଜଣଙ୍କ ସୋନୁଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ସାର୍‌, ମୋତେ ମାଳଦ୍ୱୀପକୁ ଯିବାକୁ ପଡ଼ିବ, ମୋତେ ଟିକେ ପହଞ୍ଚାଇଦେବେ କି? ସୋନୁ ଏହାର ଉତ୍ତରରେ ଲେଖିଛନ୍ତି ‘ ଭାଇ ଆପଣ ସାଇକେଲ କିମ୍ବା ରିକ୍ସାରେ ଯିବେ କି?’ ସୋନୁଙ୍କ ଏହି ଟୁଇଟ୍‌ ପରେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ତାଙ୍କ ପାଇଁ ଏକ ବ୍ୟକ୍ତିଗତ ଜେଟ୍‌ କିଣି ଦିଅନ୍ତୁ। ତା’ ପରେ ଆପଣଙ୍କୁ କେହି ଆପଣ ରକେଟ୍‌ ମାଗିବ ମଙ୍ଗଳଗ୍ରହକୁ ଯିବା ପାଇଁ।

Share