ପୁଅଙ୍କ ସହ ସୋନୁଙ୍କ ଓ୍ବର୍କଆଉଟ୍‌

ବମ୍ବେ: କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟ ତଥା ଗ୍ରାମକୁ ଫେରିବା ପାଇଁ ସାହାଯ୍ୟର ହାତ ବଢ଼ାଇଥିଲେ ସେ। ଯାହାକୁ ନେଇ ତାଙ୍କୁ ବଡ଼ ପରଦାର ଖଳନାୟକ ନୁହେଁ ବରଂ ବାସ୍ତବିକ ଜୀବନର ହିରୋ ବୋଲି କୁହାଯାଇଥିଲା। ଏବେ ସୋନୁଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଛି। ସେ ଯାହା ବି ପୋଷ୍ଟ କରୁଛନ୍ତି ତାହା ଭାଇରାଲ ହେଉଛି।

ସୋନୁ ନିଜର ଫିଟ୍‌ନେସ୍‌କୁ ନେଇ କେତେ ସଚେତନ ତାହା ସମସ୍ତେ ଜାଣନ୍ତି। ନିକଟରେ ସେ ନିଜ ପୁଅ ସହ କରୁଥିବା ଓ୍ବର୍କଆଉଟ୍‌‌ର ଏକ ଭିଡିଓ ଭାଇରାଲ ହେଉଛି। ପୁଅ ତାଙ୍କ ଉପରେ ଚଢ଼ି ପୁସଅପ୍‌ ମାରୁଥିବା ବେଳେ ସୋନୁ ମଧ୍ୟ ସେଭଳି କରୁଛନ୍ତି। ଏହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରୁଛନ୍ତି।

କହିରଖୁଛୁ, ସୋନୁଙ୍କ ପ୍ରଶଂସନୀୟ କାମ ପାଇଁ ତାଙ୍କୁ ଭାରତରତ୍ନ ଦିଆଯିବାକୁ ଦାବି ହେଉଛି। ପ୍ରଶଂସକମାନେ ସେ ଭାରତରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି କହୁଛନ୍ତି। ଏଥିପାଇଁ ଅନେକ ଟୁଇଟ୍‌ କରାଯାଉଛି।

Share