ଗରିବଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦଙ୍କ ବିଷୟରେ ଜାଣନ୍ତି କି

ସୋନୁ ସୁଦ, ଏହି ନାମଟି ଏବେ ସାରା ଦେଶରେ ଏକ ପରିଚିତ ନାମ। ଯଦିଓ ରିଲ୍‌ ଲାଇଫରେ ସେ କାହା ପାଇଁ ଭିଲିଆନ୍‌ ହୋଇପାରନ୍ତି କିନ୍ତୁ ରିୟଲ୍‌ ଲାଇଫରେ ସେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତା ସୋନୁ ସୁଦ। ସୂଚନା ପାଇଁ କେଉଁଠି କୃଷକଙ୍କ ପାଇଁ ଟ୍ରାsକ୍ଟର ପଠାଉଛନ୍ତି ତ ଆଉ କାହାକୁ ଚାକିରି ଦେଉଛନ୍ତି। ଏହି କାରଣରୁ ଲୋକେ ତାଙ୍କୁ ଏବେ ଭଗବାନ ଭଳି ପୂଜିବା ଆରମ୍ଭ କଲେଣି। ୧୯୯୯ରେ ତାମିଲ ଚଳଚ୍ଚିତ୍ର ‘କାଲାଜଗର’ରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ସୋନୁ ହିନ୍ଦୀ ଫିଲ୍ମ ‘ସହିଦ-ଏ-ଆଜମ ଭଗତ ସିଂ’ରେ ଭଗତ ସିଂ ଭୂମିକା କରି ପରିଚିତ ହୋଇଥିଲେ। ଏହାପରେ ଅନେକ ଫିଲ୍ମରେ କାମ କରିଛନ୍ତି। ଅଧିକାଂଶ ଫିଲ୍ମରେ ତାଙ୍କୁ ଭିଲେନ ଚରିତ୍ରରେ ଦେଖିବାକୁ ମିଳେ।
ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସୋନୁ ଦିନେ ୫ ହଜାର ୫ ଶହ ଟଙ୍କା ମୁମ୍ବାଇକୁ କାମ ଖୋଜିବାକୁ ଆସିଥିଲେ। ଦିଲ୍ଲୀରେ ମଡେଲିଂ ଆରମ୍ଭ କରିଥିଲେ। ସେଠାରେ ବିଭିନ୍ନ ଶୋ’ରେ ଭାଗ ନେଇ ୫ ହଜାର ୫ ଶହ ଟଙ୍କା ସଞ୍ଚୟ କରିଥିଲେ। ତା’ ପରେ ମୁମ୍ବାଇ ଆସିଯାଇଥିଲେ। ସୋନୁ ଭାବିଥିଲେ ସେହି ଟଙ୍କାରେ ସେ ୧ ମାସ ଚଳିଯିବେ, ହେଲେ ମାତ୍ର କେଇଟା ଦିନରେ ତାଙ୍କର ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ସେହି ସମୟରେ ସେ ଏକ ବିଜ୍ଞାପନରେ କାମ ପାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ ଯାତ୍ରା।

Share