ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାରେ ସୋନୁ ସୁଦ୍‌ ନଂ୧

ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମ ଏବେ ସବୁଠି ଚର୍ଚ୍ଚା। ଲକଡାଉନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ହାତ ବଢ଼ାଉଛନ୍ତି, ତେଣୁ ଲୋକମାନେ ତାଙ୍କୁ ରିଲ ହିରୋ ପରିବର୍ତ୍ତେ ରିୟଲ୍‌ ହିରୋ ଆଖ୍ୟା ଦେଇଛନ୍ତି। ନିକଟରେ ସେ ୨୦୨୦ ପାଇଁ ଗ୍ଲୋବାଲ ଏସୀୟ ସେଲିବ୍ରିଟି ଭାବରେ ମନୋନୀତ ହୋଇଛନ୍ତି। ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାର ସର୍ବାଗ୍ରେ ଅଛନ୍ତି ସୋନୁ। ସେ ଅନେକ ବଲିଉଡ ସେଲିବ୍ରେଟିଙ୍କ ପଛରେ ପକାଇ ଏହି ଟାଇଟେଳ ହାସଲ କରିଛନ୍ତି।  ପରାସ୍ତ କରିଛନ୍ତ। ସୂଚନା ଅନୁଯାୟୀ, ବ୍ରିଟେନରେ ଅବସ୍ଥିତ ଇଷ୍ଟର୍ନ ଆଇ ଖବରକାଗଜ ଦ୍ୱାରା ପ୍ରକାଶିତ ୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ସୋନୁ ସୁଦ ଶୀର୍ଷରେ ରହିଛନ୍ତି। ନିଜ କାର୍ଯ୍ୟ ସହିତ ସମାଜରେ ଏକ ସକରାତ୍ମକ ଚିହ୍ନ ସୃଷ୍ଟି କରଥିବା ତଥା ଲୋକଙ୍କୁ ପ୍ରେରଣା ଯୋଗାଉଥିବା ଲୋକଙ୍କୁ ଏହି ପୁରସ୍କାର ଦିଆଯାଏ। ଏପରି ପୁରସ୍କାର ପାଇବା ପରେ ସୋନୁ ସୁଦ କହିଛନ୍ତି, ମୋର ଉଦ୍ୟମକୁ ସ୍ବୀକୃତି ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ମହାମାରୀ କରୋନା ଆସିବା ମୁଁ ଅନୁଭବ କଲି ଯେ ମୋର ଦେଶବାସୀଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। ମୁଁ ଜଣେ ଭାରତୀୟ ଭାବରେ ମୋର ଦାୟିତ୍ୱ କଲି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି କାମ ବନ୍ଦ କରିବି ନାହିଁ ବୋଲି ସେ କହିଛନ୍ତି।

ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାରେ ଥିବା ବଲିଉଡ୍‌ ସେଲିବ୍ରିଟି

ଅରମାନ ମଲିକ ପଞ୍ଚମ ସ୍ଥାନ

ପ୍ରିୟଙ୍କା ଚୋପ୍ରା ଜୋନାସ ଷଷ୍ଠ ସ୍ଥାନ

ତେଲୁଗୁ ସୁପରଷ୍ଟାର ପ୍ରଭାସ ସପ୍ତମ ସ୍ଥାନ

ଆୟୁଷ୍ମାନ ଖୁରାନା ଏକାଦଶ ସ୍ଥାନ

ଦିଲଜିତ ଦୋସାଞ୍ଜ ୧୪ତମ ସ୍ଥାନ

ଶାହନାଜ ଗିଲ ୧୬ ତମ ସ୍ଥାନ

ଅମିତାଭ ବଚ୍ଚନ ୨୦ ତମ ସ୍ଥାନ

ପଙ୍କଜ ତ୍ରିପାଠୀ ୨୩ତମ ସ୍ଥାନ

ଆସିମ ରିଆଜ ୨୫ ତମ ସ୍ଥାନ

ଡିଜାଇନର୍‌ ମାସାବା ଗୁପ୍ତା ୩୨ତମ ସ୍ଥାନ

ହାସ୍ୟ ଅଭିନେତା ସଲୋନି ଗୌର ୩୬ତମ ସ୍ଥାନ

ଧାୱାନି ବଚୁଶାଲି ୪୨ ତମ ସ୍ଥାନ

ହେଲି ଶାହା ୪୭ ତମ ସ୍ଥାନ

ଅନୁଷ୍କା ଶଙ୍କର ୫୦ର ସ୍ଥାନ


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri