ହାଇକୋର୍ଟ ଗଲେ ସୋନୁ ସୁଦ

ମୁମ୍ବାଇ,୧୦।୧: ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କ ମଧ୍ୟରେ ଏବେ ହିରୋ ପାଲଟିଛନ୍ତି। ସେପଟେ ବିଏମସି ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଛି। ବିଏମସି କହିଛି ଯେ, ସୋନୁ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ଏକ ହୋଟେଲରେ ପରିଣତ କରିଛନ୍ତି। ଏହାପରେ ବମ୍ବେ ହାଇକୋର୍ଟରେ ବିଏମସିର ଏହି ନୋଟିସକୁ ଚ୍ୟାଲେଞ୍ଜ କରିଛନ୍ତି ସୋନୁ ସୁଦ। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ହେବ ବୋଲି ଜଣାପଡିଛି।ସୂଚନାଯୋଗ୍ୟ, ବିଏମସି ଦ୍ୱାରା ଜୁହୁ ପୋଲିସ ଷ୍ଟେଶନରେ ଜାନୁଆରୀ ୪ରେ ସୋନୁଙ୍କ ନାଁରେ ଏକ ମାମଲା ଦାଖଲ କରାଯାଇଛି। ବିଏମସି ସୋନୁ ସୁଦଙ୍କୁ ଏହି ନୋଟିସକୁ ଅଣଦେଖା କରିଥିବା ଅଭିଯୋଗ କରିଛି। ଏହି ଏଫଆଇଆର୍‌ ଏମ୍‌ଆର୍‌ଟିପି ଅଧିନିୟମ ଅନୁଯାୟୀ ପଞ୍ଜିକୃତ ହୋଇଛି। ବିଏମସି ଅଭିଯୋଗରେ କହିଛି, ସୋନୁ ସୁଦ ନିଜେ ଜମି ବ୍ୟବହାରରେ ପରିବର୍ତ୍ତନ କରିଛନ୍ତି। ଏହା ବ୍ୟତୀତ ସ୍ଥିରୀକୃତ ଯୋଜନାରୁ ଅତିରିକ୍ତ ନିର୍ମାଣ କରି ଆବାସିକ କୋଠାକୁ ଏକ ହୋଟେଲରେ ପରିଣତ କରିଛନ୍ତି। ଏଥିପାଇଁ ସେ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ବୈଷୟିକ ଅନୁମୋଦନ ମଧ୍ୟ ପାଇ ନାହାଁନ୍ତି।

Share