ଫସିଲେ ସୋନୁ ନିଗମ

ବେଙ୍ଗାଲୁରୁ:ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ବେଙ୍ଗାଲୁରୁରେ ନିଜର ଏକ କନସର୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି କନସର୍ଟରେ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଶନିବାର ବେଙ୍ଗାଲୁରୁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ୨୫ରେ ସୋନୁ ବେଙ୍ଗାଲୁରୁର ଇଷ୍ଟ ପଏଣ୍ଟ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ଏକ କନ୍‌ସର୍ଟରେ ପର୍ଫମାନ୍ସ ଦେଉଥିଲେ। ଏହି ଅବସରରେ ଜଣେ ଛାତ୍ର କନ୍ନଡ଼ ଭାଷାରେ ଗୀତ ଗାଇବାକୁ ସୋନୁଙ୍କୁ ଦାବି କରିଥିଲେ। ଭିଡ଼ ଭିତରେ ସେ ବହୁ ବାର କନ୍ନଡ଼ କନ୍ନଡ଼ କହି ଚିଲ୍ଲାଇବାକୁ ଲାଗିଥିଲେ। ଫଳରେ ସୋନୁ ବିରକ୍ତ ହୋଇ ତାଙ୍କ ଗୀତକୁ ଅଧାରୁ ବନ୍ଦ କରିଦେଇ କହିଥିଲେ, ପହଲଗାମ୍‌ ଆକ୍ରମଣ ପଛରେ ଏହା ହିଁ କାରଣ। ଦୟାକରି ଦେଖନ୍ତୁ ଆପଣଙ୍କ ସମ୍ମୁଖରେ କିଏ ଠିଆ ହୋଇଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ କର୍ନାଟକରେ ସୋନୁଙ୍କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୋନୁ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି କହି ତାଙ୍କ ବିରୋଧରେ କନ୍ନଡ଼ ସମର୍ଥକ ସଙ୍ଗଠନ କର୍ନାଟକ ରକ୍ଷଣା ବେଦିକେ ପକ୍ଷରୁ ବେଙ୍ଗାଲୁରୁର ଅଭଲାହଲ୍ଲୀ ଥାନାରେ ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

ମୋଦି-ପୁଟିନଙ୍କ ମିଳିତ ପ୍ରେସ୍‌ ବିବୃତ୍ତି: ନୂଆଦିଲ୍ଲୀରୁ ବିଶ୍ୱକୁ ଦେଲେ ବଡ଼ ସନ୍ଦେଶ, କହିଲେ ଆମେ ଏକାଠି…

ନୂଆଦିଲ୍ଲୀ,୫।୧୨: ଭାରତ-ରୁଷିଆ ସମ୍ପର୍କ ଏବଂ ସହଯୋଗର ୨୫ବର୍ଷ ପୂରଣ ହେବା ଉପରେ ରୁଷିଆ ରାଷ୍ଟ୍ରପତି ପୁଟିନ ଭାରତରେ ପହଞ୍ଚିଛନ୍ତି ଏବଂ ତାଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ। ଗତକାଲିଠାରୁ...

ମୋ ଝିଅକୁ ପ୍ୟାଡ୍‌ ଦିଅ… ଇଣ୍ଡିଗୋ ବିମାନ ବିଳମ୍ବ ମଧ୍ୟରେ ହୃଦୟ ବିଦାରକ VIDEO ଭାଇରାଲ

ନୂଆଦିଲ୍ଲୀ,୫।୧୨: ଦେଶରେ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ବିଷୟରେ ବହୁତ ଆଲୋଚନା ହେଉଥିବାବେଳେ, ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି। ବିମାନବନ୍ଦର...

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ...

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ପରିବାର ଲୋକ ଏନେଇ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ...

ଗଞ୍ଜେଇ ହେରଫେର: ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ,୫ା୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri