Odisha Elections 2024

ସାପ କାମୁଡ଼ାରେ ଚାଲିଗଲା ପୁଅର ଜୀବନ

ଅମରପାଲି,୯ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଶାନ୍ତି କେରାଙ୍କ ପୁଅ ସାଗର। ତେବେ ପୁଅକୁ ବଞ୍ଚାଇବାକୁ ଯାଇ ସାପ କାମୁଡିଥିବା ସ୍ଥାନରୁ ପାଟିରେ ବିଷ କାଢ଼ି ତାଙ୍କ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ସୁବର୍ଣ୍ଣପୁର ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ ଗଏଲଗୁଡ଼ ଗ୍ରାମର ଶାନ୍ତି କୋରା ହିଲୁଙ୍ଗଠାରେ ରହୁଥିଲେ। ପୁଅ ସାଗର ସକାଳେ ଘରେ ରହୁଥିବା ଶିଡି ତଳେ ଖେଳୁଥିଲେ। ସେଠାରେ ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା। ପୁଅର ଚିତ୍କାର ଶୁଣି ଶାନ୍ତି ସେଠାକୁ ଆସିଲା ବେଳକୁ ସାପ ବାହାରକୁ ଚାଲି ଯାଉଥିଲା।

ପୁଅକୁ ବଞ୍ଚାଇବା ପାଇଁ ସାପ କାମୁଡିଥିବା ସ୍ଥାନରୁ ଶାନ୍ତି ପାଟିରେ ବିଷ ବାହାର କରିବାକୁ ଉଦ୍ୟମ କରିଥିଲେ। ଏଥିରେ ମଧ୍ୟ ସେ ଅସୁସ୍ଥ ହୋଇପଡିଲେ। ସାହି ପଡିଶା ସେଠାରୁ ଉଭୟଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ସାଗରଙ୍କୁ ମୃତ ଘୋଷଣା କରିଥିଲେ। ଶାନ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ସଦର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏନେଇ ବୀରମହାରାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡିକର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri