ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର ଜିଲାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନଂ. ୧୪୨୧୮-ଆର,ତା ୨୭.୩.୧୯୯୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଗତ ୨୦୦୪ ମସିହା ଅକ୍ଟୋବର ୧୯ ତାରିଖ ଦିନ ଏ ସଂକ୍ରାନ୍ତରେ ବିଧିବଦ୍ଧ ସରକାରୀ ଗେଜେଟ୍‌ ପ୍ରକାଶ ପାଇସାରିଛି। ଏହି ଗେଜେଟ ବିଜ୍ଞପ୍ତି ଅନୁସାରେ ସୋନପୁରକୁ ଏକ ସ୍ବତନ୍ତ୍ର ଜିଲା ସାଙ୍ଗକୁ ସୋନପୁର ସହରର ନାମକୁ ସୁବର୍ଣ୍ଣପୁର ରଖାଯାଇଛି। ତେବେ ଏହି ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ଏହାକୁ ସୁବର୍ଣ୍ଣପୁର ଜିଲା ଓ ଏହି ସହରକୁ ସୁବର୍ଣ୍ଣପୁର ସହର ଭାବେ ନାମିତ କରିବାକୁ ଉକ୍ତ ଗେଜେଟ୍‌ରେ ଦର୍ଶାଯାଇଛି। ଏପରି କି ଏ ସଂକ୍ରାନ୍ତରେ ପୂର୍ବରୁ ହୋଇଥିବା ବିଜ୍ଞପ୍ତିକୁ ପରିବର୍ତ୍ତନ କରିବାକୁ ଓଡିଶାର ରାଜ୍ୟପାଳଙ୍କ ଆଦେଶକ୍ରମେ ରାଜ୍ୟ ସରକାରଙ୍କ ତତ୍କାଳୀନ ପ୍ରମୁଖ ଶାସନ ସଚିବ ତରୁଣକାନ୍ତି ମିଶ୍ର ନିର୍ଦ୍ଦେଶ ଦେଇ ସାରିଛନ୍ତି। ହେଲେ ବିଜ୍ଞପ୍ତି ପ୍ରକାଶ ପାଇବାର ଇତିମଧ୍ୟରେ ଦୀର୍ଘ ୧୯ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସୋନପୁର ସହରର ନାମ ପରିବର୍ତ୍ତନ ହୋଇପାରି ନଥିବା ଦେଖାଯାଇଛି। ଅନେକ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜିଲା ଓ ସହର ସୋନପୁର ଲେଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଜିଲା ସଦର ମହକୁମାରେ ଥିବା ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଅଧୀନସ୍ଥ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ସୋନପୁର ରେଳ ଷ୍ଟେଶନ, ବ୍ଲକ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ, ଅବକାରୀ ବିଭାଗ, ବନ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କାର୍ଯ୍ୟାଳୟ, ଜିଲା ନ୍ୟାୟାଳୟ, ନୂତନ ଟାଉନ ହଲ, କୃଷି ବିଜ୍ଞାନ କେନ୍ଦ୍ର, ଡାକ ଘର, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଆଦିରେ ଲେଖା ଯାଇଥିବା ନାମ ଫଳକରେ ପୂର୍ବଭଳି ସୋନପୁର ଲେଖାଯାଇଛି। କେବଳ ଏତିକି ନୁହେଁ ଅନେକ ସରକାରୀ ଓ ବେସରକାରୀ ବ୍ୟାଙ୍କ ଏବଂ ସହରର ମଝିପଡା ସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ସୋନପୁର ଲେଖାଯାଇଛି। ରାଜ୍ୟ ସରକାର ଏହି ଜିଲା ଓ ସହରର ନାମ ସୁବର୍ଣ୍ଣପୁର ରଖିଥିବା ସତ୍ତ୍ୱେ ସରକାରୀ ଓ୍ବେବ୍‌ ସାଇଟ୍‌ର ଅନେକ ସ୍ଥାନରେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲାର ନାମ ପରିବର୍ତ୍ତନ ନ ହେବା ଫଳରେ ଜିଲା ତଥା ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ସୋନପୁରର ନାମକୁ ସୁବର୍ଣ୍ଣପୁରରେ ପରିଣତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri