Categories: ଜାତୀୟ

ସ୍କୁଲ ଛାତ ଭୁଷୁଡି ୨୭ ଛାତ୍ରୀଛାତ୍ର ଆହତ

ଗନ୍ନୌର,୨୩ ।୯: ହରିୟାଣାର ସୋନିପତର ଗନ୍ନୌରରେ ଗୁରୁବାର ଏକ ସ୍କୁଲ ଛାତ ଭୁଷୁଡି ଅତିକମରେ ୨୭ ଛାତ୍ରୀଛାତ୍ର ଓ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏଥିରେ ୧୨ରୁ ଅଧିକ ଛାତ୍ରୀଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ତେବେ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବା କୁହାଯାଉଛି । ସେମାନଙ୍କ୍‌ୁ ଖାନପୁର ପିଜିଆଇକୁ ରେଫର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ କେଉଁ କାରଣରୁ ଛାତ ଭୁଷୁଡିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Share