Categories: ଜାତୀୟ

ଇସ୍ତଫା ଦେବେନି ସୋନିଆ-ରାହୁଲ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଏହି ଚିନ୍ତନ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା।

ତେବେ ବୈଠକରେ ସୋନିଆ ଅବା ରାହୁଲ କେହି ଇସ୍ତଫା ଦେବେନି ବୋଲି ପ୍ରବକ୍ତା ରଣଦୀପ୍‌ ସୁର୍ଜେଓ୍ବାଲା ଶନିବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଏହା ଗୁଜବ ଏବଂ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। ବୈଠକରେ କେବଳ ନିର୍ବଚନ ପଳାଫଳର ସମୀକ୍ଷା କରାଯିବା ସହିତ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି।

Share