Categories: ଜାତୀୟ

ମୋଦିଙ୍କୁ ଘେରିଲେ ସୋନିଆ-ରାହୁଲ-ପ୍ରିୟଙ୍କା: କୃଷି ଆଇନ ବିରୋଧରେ କଂଗ୍ରେସର ସୋସିଆଲ ମିଡ଼ିଆ ଅଭିଯାନ

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ସ୍ପିକ୍‌ ଅପ୍‌ ଫର ଫାର୍ମରର୍ସ ନାମକ ଏହି ଅଭିଯାନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ର ସରକାର କଳା ଆଇନ ଆଣିବା ସହିତ ଅନ୍ନଦାତାଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ତେବେ ଚାଷୀର ସ୍ବର ଯେ, ସାରା ଦେଶରେ ଗୁଞ୍ଜି ଉଠିବ ତାହା ସରକାର ଭୁଲି ଯାଇଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକୁ କେବେ ମଧ୍ୟ ସହ୍ୟ କରାଯିବ ନାହିଁ। ପ୍ରିୟଙ୍କ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଚାଷୀଙ୍କ ପାଇଁ ଅଣାଯାଇଥିବା ଆଇନରେ କେବଳ କୋଟିପତି ବ୍ୟବସାୟୀଙ୍କ ଫାଇଦା ହେବ। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ବିକାଶ ହେବ ନାହିଁ। ସରକାର ଜାଣିଶୁଣି ଚାଷୀଙ୍କ ପେଟରେ ଲାତ ମାରିଥିବା ସେ ଅଭିଯୋଗ ଆଣିଛନ୍ତି।

Share