Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ-ପ୍ରିୟଙ୍କା-ରବର୍ଟ ଭଦ୍ରା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ବଦରପୁର ସୀମା ଦେଇ ଏହି ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି। ଏହି ପଦଯାତ୍ରାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବର୍ଟ ଭଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ସକାଳ ସାଢ଼େ ୧୦ଟାରେ ଏହି ଯାତ୍ରା ଜୟଦେବ ଆଶ୍ରମ ଓ ଆଶ୍ରମ ଛକରେ ପହଞ୍ଚିଛି। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏହି ଯାତ୍ରା ଲାଲ କିଲାରେ ପହଞ୍ଚିବ ବୋଲି ସୂଚନା ରହିଛି। ଅନ୍ୟପଟେ ଏହି ଯାତ୍ରା ଦିଲ୍ଲୀରେ ପହଞ୍ଚିବା ପରେ ରାଜନୀତି ଆରମ୍ଭ ହୋଇଛି। କେନ୍ଦ୍ର ଜାରି କରିଥିବା ପ୍ରୋଟୋକଲ୍‌କୁ କଂଗ୍ରେସ ପାଳନ କରୁ ନ ଥିବା ବେଳେ ପୁଣି ଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦାବି କରିଛନ୍ତି।

 

Share