Posted inଜାତୀୟ

କର୍ନାଟକରୁ ରାଜ୍ୟ ସଭା ଯିବେ ସୋନିଆ ପ୍ରସ୍ତାବ ଦେଲେ ସିଦ୍ଦାରାମାୟା

ନୂଆଦିଲ୍ଲୀ,୨୧ା୭: କର୍ନାଟକରୁ ରାଜ୍ୟ ସଭାର ୪ ଆସନ ଆଗାମୀ ୮ ମାସରେ ଖାଲି ହେବାକୁ ଯାଉଥିବାବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉକ୍ତ ରାଜ୍ୟରୁ ପାର୍ଲାମେଣ୍ଟର ଉଚ୍ଚ ସଦନକୁ ନିର୍ବାଚିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। କର୍ନାଟକରୁ ରାଜ୍ୟ ସଭା ସଦସ୍ୟ ଥିବା ଜି.ସି. ଚନ୍ଦ୍ରଶେଖର, ସୟେଦ ନାସିର ହୁସେନ୍‌, ଡ. ଏଲ୍‌. ହନୁମନ୍ଥାୟା ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୨ରେ ଶେଷ ହେବାକୁ ଯାଉଛି। ରାଜ୍ୟର ବର୍ତ୍ତମାନର ବିଧାନସଭା ସ୍ଥିତି ଅନୁଯାୟୀ କଂଗ୍ରେସ ୩ ସଦସ୍ୟଙ୍କୁ ରାଜ୍ୟ ସଭା ପଠାଇପାରିବ। ନାସିର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘନିଷ୍ଠ ଏବଂ ଏଆଇସିସି କୋର୍ଡିନେଟର ଥିବାରୁ ସେ ଆଉ ୬ ବର୍ଷ ପାଇଁ ରାଜ୍ୟ ସଭା ଯାଇପାରନ୍ତି। ଏହା ବ୍ୟତୀତ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ତଥା ମୁଖପାତ୍ର ସୁପ୍ରିୟା ଶ୍ରୀନାଟେଙ୍କ ସହ ସୋନିଆ ଗାନ୍ଧୀ ରାଜ୍ୟ ସଭାକୁ ଯିବା ଚର୍ଚ୍ଚା ହେଉଛି। ନିକଟରେ ସୋନିଆ ବେଙ୍ଗାଲୁରୁ ଗସ୍ତରେ ଯାଇଥିବାବେଳେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ତାଙ୍କୁ ରାଜ୍ୟ ସଭା ଆସନ ପ୍ରସ୍ତାବ ଦେଇଥିଲେ। ଯଦିଓ ସୋନିଆ ଏନେଇ ମୁହଁ ଖୋଲିନାହାନ୍ତି, ତେବେ କେତେକ କାରଣକୁ ନେଇ ସେ ରାଜ୍ୟ ସଭା ଯିବା ସମ୍ଭାବନା ସମ୍ପର୍କରେ ସୂଚନା ମିଳିଛି। ପ୍ରଥମ କାରଣ ହେଲା ସୋନିଆ ରାଜ୍ୟ ସଭାକୁ ଗଲେ ସେ ୧୦ ଜନପଥ ବାସଭବନକୁ ନିଜ ହାତରେ ରଖିପାରିବେ। ୧୯୮୯ରେ ରାଜୀବ ଗାନ୍ଧୀ ବିରୋଧୀ ଦଳ ନେତା ଥିବା ସମୟରୁ ଉକ୍ତ ବାସଭବନରେ ସୋନିଆ ରହିଆସୁଛନ୍ତି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସରକାରୀ ବାସଭବନରୁ ବାହାରିଯାଇଥିବାରୁ ୧୦ ଜନପଥ ବାସଭବନକୁ ରଖିବା ସୋନିଆଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ସୋନିଆ ୫ ଥର ଲୋକ ସଭାକୁ ନିର୍ବାଚିତ ହୋଇସାରିଲେଣି। ତେବେ ସ୍ବାସ୍ଥ୍ୟଗତ ଓ ଅନ୍ୟାନ୍ୟ କାରଣରୁ ସେ ୨୦୧୯ ପରେ ନିଜ ନିର୍ବାଚନ ମଣ୍ଡଳୀର ସେବା କରିପାରି ନାହାନ୍ତି। ପ୍ରିୟଙ୍କା ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ି ଜିତିଲେ ମଧ୍ୟ ପ୍ରଥମ ଥର ଏମ୍‌ପି ଭାବେ ତାଙ୍କୁ ୧୦ ଜନପଥ ବାସଭବନ ମିଳି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

କେନ୍ଦ୍ର କ୍ୟାବିନେଟ ଅଦଳବଦଳ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଆସିବ ମନ୍ତ୍ରୀମଣ୍ଡଳ ଲିଷ୍ଟ!

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ପିଏମ ମୋଦୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri