Categories: ଫୁରସତ

ରେଷ୍ଟୁରାଣ୍ଟରେ କାମ କରୁଥିବା ସୋନିଆଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ରାଜୀବ, ଇଟାଲୀରେ ଏଭଳି ଆଗକୁ ବଢ଼ିଥିଲା କଥା…

ସୋନିଆ ଗାନ୍ଧୀ-ରାଜୀବଙ୍କ ପ୍ରେମକାହାଣୀ ଗାନ୍ଧୀ ପରିବାରର ଦ୍ୱିତୀୟ ତଥା ସବୁଠାରୁ ଚର୍ଚ୍ଚିତ ଲଭ୍‌ଷ୍ଟୋରୀ । ସୋନିଆଙ୍କୁ ପ୍ରଥମ ଦେଖାରେ ମନ ଦେଇଥିଲେ ରାଜୀବ। ଇଟାଲୀର ସାଧାରଣ ପରିବାରରୁ ଆସନ୍ତି ସୋନିଆ। ସେ କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ପଢ଼ୁଥିଲେ। ଏହି ସମୟରେ ରାଜୀବଙ୍କ ସହ ତାଙ୍କର ଭେଟ ହୋଇଥିଲା। ପଢ଼ିବା ସମୟରେ ସୋନିଆ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଉକ୍ତ ରେଷ୍ଟୁରାଣ୍ଟକୁ ଏକଦା ରାଜୀବ ଯାଇଥିଲେ। ସେଠାରେ ଉଭୟଙ୍କ ଆଖି ମିଶିଥିଲା, ପରେ ହୃଦୟ। ସୋନିଆ ଏ ନେଇ ନିଜ ପରିବାରକୁ ଜଣାଇଥିଲେ। ସେ ଜଣେ ଭାରତୀୟ ଯୁବକଙ୍କ ପସନ୍ଦ କରୁଥିବା କହିଥିଲେ। ସେମାନେ ରାଜି ହେବା ପରେ ସୋନିଆ ଭାରତ ଆସିଥିଲେ। ୧୯୬୮ରେ ଉଭୟ ବିବାହ କରି ନିଜ ସମ୍ପର୍କକୁ ନାମ ଦେଇଥିଲେ।

Share