Posted inଜାତୀୟ

ସୋନିଆଙ୍କ ଜୋତା ଫିତା ବାନ୍ଧିଲେ ରାହୁଲ

ବେଙ୍ଗାଲୁରୁ,୬।୯: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଦୁଇ ଦିନର ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ପୁଣି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଯାତ୍ରା ସମୟରେ ରାହୁଲ ମା’ ସୋନିଆଙ୍କ ଜୋତା ବାନ୍ଧୁଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗୁରୁବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ପୁନର୍ବାର ମାଣ୍ଡ୍ୟାରୁ ଆରମ୍ଭ ହୋଇଥିଲା। ସୋନିଆ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସୋନିଆ ଏହି ଯାତ୍ରାରେ ଯୋଗ ଦେବା ପରେ କଂଗ୍ରେସ ନେତା ଓ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଛି।
କର୍ନାଟକ କଂଗ୍ରେସ ସଭାପତି ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଡି.କେ ଶିବକୁମାର ଏହି ଅବସରରେ କହିଛନ୍ତି ଯେ, ବିଜୟଶାମୀଙ୍କ ପରେ ଏଣିକି ରାଜ୍ୟରେ କଂଗ୍ରେସ ଜିତିବ। ଆମେ ରାଜ୍ୟରେ କ୍ଷମତାକୁ ଆସୁଛୁ ଏବଂ ଭାଜପାର ଦୋକାନ ବନ୍ଦ ହେବାକୁ ଯାଉଛି। ଆମେ ଗର୍ବିତ ଯେ ସୋନିଆ ଗାନ୍ଧୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ନିକଟରେ ହୋଇଥିବା ନିର୍ବାଚନରେ ସୋନିଆ ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ପ୍ରଚାରରେ ଭାଗ ନେଇ ନ ଥିଲେ। ଦୀର୍ଘ ଦିନ ପରେ ସେ ଦଳର କିଛି ବଡ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରାୟ ପାଞ୍ଚ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ କଶ୍ମୀରକୁ ଯିବ। ରାହୁଲ ୩୫୭୦ କିଲୋମିଟର ଯାତ୍ରାରେ ଜଡିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

୨ ସନ୍ତାନ ଥିବା ବିବାହିତା ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ୧୯ ବର୍ଷ ବୟସ୍କ ଯୁବକ କଲେ ଏପରି…

ଲକ୍ଷ୍ନୌ, ୨୨।୮: ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଅଲୀଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଦାୟୁଁରେ ବାସ...

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଖଡଙ୍କୁ ମିଳିପାରେ ଏହି ସ୍ଥାନ

ଚଣ୍ଡିଗଡ଼,୧୮ ।୯: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପ୍ରଥମେ କ୍ରିକେଟର...

କରୋନା ସ୍ଥିତି ସଙ୍କଟ ଜନକ : ୮ ହଜାର ମୁହାଁ ଦୈନିକ ସଂକ୍ରମଣ, ୪୦ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା,ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କଲେ କମିଟି…

ନୂଆଦିଲ୍ଲୀ, ୨୫।୮ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବହେଳା ସମ୍ପର୍କରେ ରିପୋର୍ଟ ଗଠନ ହୋଇଥିବା କମିଟି ସୁପ୍ରିମ୍‌କୋର୍ଟରେ ଦାଖଲ...

ଏନ୍‌ଇଇଟି ରିଜର୍ଭେଶନ ମାମଲା: ସଂରକ୍ଷଣ ନୁହେଁ ମୌଳିକ ଅଧିକାର, କହିଲେ ଏସ୍‌ସି

ନୂଆଦିଲ୍ଲୀ, ୧୧।୬: ତାମିଲନାଡୁ ଏନ୍‌ଇଇଟି ରିଜର୍ଭେଶନ ମାମଲାରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଗୁରୁବାର କହିଛନ୍ତି ଯେ, ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏନ୍‌ଇଇଟି ପୋଷ୍ଟ ଗ୍ରାଜୁଏଶନ୍‌ ମାମଲାର...

ରାଜ୍ୟରେ ସୁସ୍ଥ ହେଲେ ୩୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୩୮୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୫୭ ଜଣ। ଖୋର୍ଦ୍ଧାରୁ ୫୩, ଅନୁଗୋଳରୁ...

ସୁଖବିନ୍ଦର ସୁଖୁ କରୋନା ପଜିଟିଭ, କ୍ୟାବିନେଟ ସମ୍ପ୍ରସାରଣ ହେବ ବିଳମ୍ବ…

ଶିମଲା,୧୯।୧୨ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କରୋନା ପଜିଟିଭ ହୋଇଛନ୍ତି। ସୁଖୁଙ୍କ ନମୁନା ପରୀକ୍ଷା ରିପୋର୍ଟ ରବିବାର ସନ୍ଧ୍ୟାରେ ଆସିଛି। ସେ...

ଚାଇନା ଔଷଧ କମ୍ପାନୀରେ ତାଲା: ଭାରତରେ ବଢୁଛି ପାରାସିଟାମଲ, ଏଜିଥ୍ରୋମାଇସିନ୍‌ ଦାମ

ନୂଆଦିଲ୍ଲୀ,୧୮।୨: ଚାଇନାରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଚାଇନା ପକ୍ଷରୁ ନାନା ଉପାୟ କରାଯାଉଛି। କରୋନା...

Advertisement
Archives

Model This Week