Categories: ଜାତୀୟ

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୋନିଆ

ନୂଆଦିଲ୍ଲୀ,୧୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ବୁଧବାର ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ ଏହି ସୂଚନା ଦେଇଛନ୍ତି। ଶ୍ୱାସକ୍ରିୟା ସଂକ୍ରମଣ ହେତୁ ସୋନିଆଙ୍କୁ ଜାନୁଆରୀ ୪ରେ ଦିଲ୍ଲୀର ସାର୍‌ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୋନିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ମଧ୍ୟଭାଗରେ ଯାଇ ତାଙ୍କୁ ଭେଟିଥିଲେ। ଏହାପୂର୍ବରୁ ଗତ ବର୍ଷ ଜୁନ ମାସରେ ସୋନିଆ ଗାନ୍ଧୀଙ୍କୁ କୋଭିଡ ସମ୍ବନ୍ଧୀୟ ସମସ୍ୟା ହେତୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

Share