Categories: ଜାତୀୟ

ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବୋଲା ଏନେଇ ସୂଚନା ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ସୋନିଆ ଯେଉଁ ନେତାମାନଙ୍କୁ ଭେଟିଛନ୍ତି ସେମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏହାପରେ ତାଙ୍କ କରୋନା ଟେଷ୍ଟ କରାଯିବା ପରେ ତାଙ୍କର ପଜିଟିଭ୍‌ ଆସିଛି। ସେ ଏବେ ଆଇସୋଲେଶନରେ ରହି ଚିକିତ୍ସିତ ହେଉଥିବା ସୁର୍ଜଓ୍ବୋଲା କହିଛନ୍ତି।
ସୂଚନାଯୋଗ୍ୟ, ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆଙ୍କୁ ଜୁନ୍‌ ୮ରେ ପଚରାଉଚରା କରିବ। ଏହା ପୂର୍ବରୁ ସେ ଠିକ୍‌ ହୋଇଯିବେ ବୋଲି ସୁର୍ଜଓ୍ବୋଲା ଆଶାବ୍ୟକ୍ତ କରିଛନ୍ତି।

Share