Categories: ଜାତୀୟ

ସୋନିଆଙ୍କୁ ସାକ୍ଷାତ୍ କଲେ କମଲନାଥ

ନୂଆଦିଲ୍ଲୀ,୧୫ ।୭: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସ୍ଥିତିକୁ ମଜଭୁତ କରିବାରେ ଲାଗି ପଡିଛନ୍ତି । ବିଶେଷ କରି ଦେଶରେ ନିଜର ସ୍ଥିତିକୁ ହରାଇବାକୁ ଯାଉଥିବା କଂଗ୍ରେସ ଏବେ ପୁଣିଥରେ ଅଣ୍ଟା ସଲଖି ଠିଆ ହେବାକୁ ଚେଷ୍ଟା ଆରମ୍ଭ କରିଛି । ଗୁରୁବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ୧୦ ଜନପଥରେ ପ୍ରାୟ ଏକ ଘଣ୍ଟା ଧରି ଏକ ବୈଠକ ପରେ କମଲନାଥ ସେଠାରୁ ବାହାରି ଯାଇଛନ୍ତି । ଉକ୍ତ ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ଉପସ୍ଥିତ ଥିବା ଜଣାପଡିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଏଥର କମଲନାଥଙ୍କୁ ଦଳର କିଛି ଗୁରୁ ଦାୟି୍‌ବ ଦିଆଯାଇପାରେ । ହୁଏତ କମଲନାଥଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରେ । କଂଗ୍ରେସରୁ ଅହମ୍ମଦ ପଟେଲ ଯିବା ପରେ କମଲନାଥ ଗୁରୁ ଦାୟିତ୍ୱ ବହନ କରି ଆସୁଛନ୍ତି । ଦୁଇ ଦିନ ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଭେଟିବା ପଛରେ କମଲନାଥଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ବି କୁହାଯାଉଛି ।

Share