ସୋନୀ ସାଜିଲେ ଛତିଶଗଡ଼ ବୋହୂ

ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ବାଦିମାଲ ପଞ୍ଚାୟତ କୁଶମେଲ୍‌ ଗ୍ରାମର ପାଳିତ ମା’ବାପା ଝିଅ ସୋନୀଙ୍କ ବିବାହ କାର୍ଯ୍ୟ କରାଇଥିଲେ। ଛତିଶଗଡ ରାୟଗଡ ଜିଲା ଧରମଗଡ ଗ୍ରାମର ପ୍ରେମ ସିଂ ଯାଦବଙ୍କ ପୁଅ ପୁରୁଷୋତ୍ତମଙ୍କ ସହିତ ସୋନୀଙ୍କ ବିବାହ ହୋଇଛି। ବାହାଘରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ସ୍ତ୍ରୀ ଉପସ୍ଥିତ ରହି ସୋନୀଙ୍କୁ କନ୍ୟାଦାନ କରିଥିଲେ।
ବିଧାୟକ ମହାନ୍ତି କହିଛନ୍ତି, ଜଣେ ଅସହାୟ ଯୁବତୀଙ୍କୁ ଝିଅ କରି କନ୍ୟାଦାନ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ହେଲେ ଛତିଶଗଡର ଜଣେ ଯୁବତୀ ମହାନଦୀ ଜଳରେ ଭାସିଆସିଥିବା ବେଳେ ତାଙ୍କୁ ଓଡ଼ିଶାର ଜଣେ ମତ୍ସ୍ୟଜୀବୀ ଉଦ୍ଧାର କରି ଝିଅ ଭାବେ ଲାଳନପାଳନ କରି ପୁଣି ବଧୂ ବେଶରେ ଛତିଶଗଡ ପଠାଇବା ଏକ ମହାନ କାର୍ଯ୍ୟ। ଏହି ବାର୍ତ୍ତା ଆଗାମୀ ଦିନରେ ଉଭୟ ରାଜ୍ୟର ମହାନଦୀ ଜଳ ବିବାଦର ସମାଧାନର ସୂତ୍ର ହେବ ବୋଲି ବିଧାୟକ କହିଥିଲେ। ସୂଚନା ଯୋଗ୍ୟ ୨୦୧୬ ସେପ୍ଟେମ୍ବର ୧୪ରେ କୁଶମେଲ୍‌ ଗ୍ରାମର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ମହାନଦୀକୁ ମାଛ ମାରିବା ପାଇଁ ଯାଇଥିଲେ। ଏହି ସମୟରେ ନଦୀରେ ଜଣେ ଯୁବତୀ ଭାସୁଥିବା ଦେଖି ସେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ଚେତା ଫେରିବା ପରେ ଯୁବତୀ ଜଣମ ଘଟଣା ସମ୍ପର୍କରେ କହିଥିଲେ, ତାଙ୍କ ନାଁ ସୋନୀ ଯାଦବ ଓ ଘର ଛତିଶଗଡ ସାରଙ୍ଗଗଡ ଥାନା ଜୋବ୍ରା ଗ୍ରାମରେ। ତାଙ୍କ ମା’ବାପା ନ ଥିବା ବେଳେ ସେ ମାଉସୀଙ୍କ ଘରେ ରହି ଜଣଙ୍କ ଘରେ କାମ କରୁଥିଲେ। ସେ ଚନ୍ଦ୍ରହାସିନୀ ମନ୍ଦିରକୁ ଦର୍ଶନ ପାଇଁ ଆସି ମହାନଦୀ କୂଳରେ ଧୋଇ ହେଉଥିବା ବେଳେ ଗୋଡ ଖସିଯିବାରୁ ୫୦ କି.ମି. ଦୂର ଭାସିଆସି କୁଶମେଲ୍‌ ନିକଟ ମହାନଦୀ କୂଳରେ ଲାଗିଥିଲେ। ସନ୍ନ୍ୟାସୀ ସେତେବେଳେ ନିଜ ଘର ଛତିଶଗଡରେ ଛାଡିଦେବା ପାଇଁ କହିବାରୁ ଯୁବତୀ ଜଣଙ୍କ ରାଜି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଆଶା

ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା ପ୍ରକଟ କରାଯାଇଛି। ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ...

ଗୁରୁତର ହେବା ପରେ ହସ୍ପିଟାଲରେ ପହଞ୍ଚୁଛନ୍ତି କରୋନା ରୋଗୀ, ବଞ୍ଚାଇ ହେଉନାହିଁ: ଜିଲାପାଳ

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଭୟାବହତାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୈନିକ ଶତାଧିକ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା...

ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୁନ୍ଦରଗଡ,୨୫।୧୦(ଡି.ଏନ.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଭେଡାବାହାଲ ବଘିଆପଡା ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମଙ୍ଗଳବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସ୍ଥାନୀୟ କଲୋନୀ...

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ଗ୍ରାମରକ୍ଷୀ ଅଟକ

ରଣପୁର,୧୭।୧୨(ସ୍ବ.ପ୍ର.): ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ନୟାଗଡ ଜିଲା ରଣପୁର ଥାନା ରଘୁନାଥପୁର ଅଞ୍ଚଳର ଗ୍ରାମରକ୍ଷୀ ରମେଶ ଚନ୍ଦ୍ର ବିଶ୍ୱାଳ ଅଟକ ଅଛନ୍ତି। ମଙ୍ଗଳବାର ଛାତ୍ରୀଜଣଙ୍କ...

ପୋଲ ତଳୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ସାହି କଳିକୁ ନେଇ ହତ୍ୟା ସନ୍ଦେହ

କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳଜାଗର ଗ୍ରାମ ନିକଟରେ ଥିବା ପୋଲ ତଳୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନା ଶ୍ରେଷ୍ଠ ଯୋଜନା; ‘ଆୟୁଷ୍ମାନ୍‌ ଭାରତ’ ଲାଗୁ ନେଇ ନିଷ୍ପତ୍ତି ନିଆଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ମଙ୍ଗଳବାର ସଚିବାଳୟରେ ଏ ସଂକ୍ରାନ୍ତରେ...

୬ ଦଫା ଦାବିରେ ଓ୍ବାର୍ଡ ସଭ୍ୟଙ୍କ ଅନଶନ, ୧୧ ଦିନ ବିତିବା ସତ୍ତ୍ୱେ ପୂରଣ ହେଉନି ଦାବି

ହାଟଡିହୀ, ୭ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବିନେଇ ୱାର୍ଡ଼ ସଭ୍ୟମାନେ ଅନଶନରେ ବସିଛନ୍ତି। ଦୁର୍ନୀତିର ଭିଜିଲାନ୍ସ...

ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର...

Advertisement
Archives

Model This Week