ସୋନୀ ସାଜିଲେ ଛତିଶଗଡ଼ ବୋହୂ

ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ବାଦିମାଲ ପଞ୍ଚାୟତ କୁଶମେଲ୍‌ ଗ୍ରାମର ପାଳିତ ମା’ବାପା ଝିଅ ସୋନୀଙ୍କ ବିବାହ କାର୍ଯ୍ୟ କରାଇଥିଲେ। ଛତିଶଗଡ ରାୟଗଡ ଜିଲା ଧରମଗଡ ଗ୍ରାମର ପ୍ରେମ ସିଂ ଯାଦବଙ୍କ ପୁଅ ପୁରୁଷୋତ୍ତମଙ୍କ ସହିତ ସୋନୀଙ୍କ ବିବାହ ହୋଇଛି। ବାହାଘରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ସ୍ତ୍ରୀ ଉପସ୍ଥିତ ରହି ସୋନୀଙ୍କୁ କନ୍ୟାଦାନ କରିଥିଲେ।
ବିଧାୟକ ମହାନ୍ତି କହିଛନ୍ତି, ଜଣେ ଅସହାୟ ଯୁବତୀଙ୍କୁ ଝିଅ କରି କନ୍ୟାଦାନ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ହେଲେ ଛତିଶଗଡର ଜଣେ ଯୁବତୀ ମହାନଦୀ ଜଳରେ ଭାସିଆସିଥିବା ବେଳେ ତାଙ୍କୁ ଓଡ଼ିଶାର ଜଣେ ମତ୍ସ୍ୟଜୀବୀ ଉଦ୍ଧାର କରି ଝିଅ ଭାବେ ଲାଳନପାଳନ କରି ପୁଣି ବଧୂ ବେଶରେ ଛତିଶଗଡ ପଠାଇବା ଏକ ମହାନ କାର୍ଯ୍ୟ। ଏହି ବାର୍ତ୍ତା ଆଗାମୀ ଦିନରେ ଉଭୟ ରାଜ୍ୟର ମହାନଦୀ ଜଳ ବିବାଦର ସମାଧାନର ସୂତ୍ର ହେବ ବୋଲି ବିଧାୟକ କହିଥିଲେ। ସୂଚନା ଯୋଗ୍ୟ ୨୦୧୬ ସେପ୍ଟେମ୍ବର ୧୪ରେ କୁଶମେଲ୍‌ ଗ୍ରାମର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ମହାନଦୀକୁ ମାଛ ମାରିବା ପାଇଁ ଯାଇଥିଲେ। ଏହି ସମୟରେ ନଦୀରେ ଜଣେ ଯୁବତୀ ଭାସୁଥିବା ଦେଖି ସେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ଚେତା ଫେରିବା ପରେ ଯୁବତୀ ଜଣମ ଘଟଣା ସମ୍ପର୍କରେ କହିଥିଲେ, ତାଙ୍କ ନାଁ ସୋନୀ ଯାଦବ ଓ ଘର ଛତିଶଗଡ ସାରଙ୍ଗଗଡ ଥାନା ଜୋବ୍ରା ଗ୍ରାମରେ। ତାଙ୍କ ମା’ବାପା ନ ଥିବା ବେଳେ ସେ ମାଉସୀଙ୍କ ଘରେ ରହି ଜଣଙ୍କ ଘରେ କାମ କରୁଥିଲେ। ସେ ଚନ୍ଦ୍ରହାସିନୀ ମନ୍ଦିରକୁ ଦର୍ଶନ ପାଇଁ ଆସି ମହାନଦୀ କୂଳରେ ଧୋଇ ହେଉଥିବା ବେଳେ ଗୋଡ ଖସିଯିବାରୁ ୫୦ କି.ମି. ଦୂର ଭାସିଆସି କୁଶମେଲ୍‌ ନିକଟ ମହାନଦୀ କୂଳରେ ଲାଗିଥିଲେ। ସନ୍ନ୍ୟାସୀ ସେତେବେଳେ ନିଜ ଘର ଛତିଶଗଡରେ ଛାଡିଦେବା ପାଇଁ କହିବାରୁ ଯୁବତୀ ଜଣଙ୍କ ରାଜି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri