ସୋନାରିକାଙ୍କ ସରିଲା ନିର୍ବନ୍ଧ

ବମ୍ବେ: ସରିଲା ନିର୍ବନ୍ଧ। ଖୁବ୍‌ଶୀଘ୍ର ହାତକୁ ଦୁଇ ହାତ ହେବେ ‘ଦେବୋ କେ ଦେବ୍‌ ମହାଦେବ’ ଏବଂ ‘ସଲୀମ ଅନାରକଲୀ’ ଫେମ୍‌ ସୋନାରିକା ଭଦୋରିଆ। ବୁଧବାର ସକାଳେ ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ସୋନାରିକା ଏବଂ ଭାବି ସ୍ବାମୀ ବିକାଶ ପରାଶର ସମୁଦ୍ରକୂଳରେ ଧଳା ରଙ୍ଗର ପୋଷାକ ପିନ୍ଧି ନିର୍ବନ୍ଧ କରିଛନ୍ତି। ଫଟୋଗୁଡ଼ିକରେ ଉଭୟ ବେଶ ରୋମାଣ୍ଟିକ୍‌ ନଜର ଆସୁଛନ୍ତି। ତେବେ ଏହା ଏବେ ବେଶ ଭାଇରାଲ ହେଉଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଦେଖନ୍ତୁ କିଛି ଫଟୋ:

Share