ସୋନମଙ୍କ ବିଳାସପୂର୍ଣ୍ଣ ଘର

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନମ କପୁର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ସମ୍ବାଦରେ ଅଧିକ ଥାଆନ୍ତି। ମହଙ୍ଗା ପୋଷାକ, କାର କିମ୍ବା ଘର ହେଉ, ସେ ପ୍ରତିଦିନ ନିଜର ବିଳାସପୂର୍ଣ୍ଣ ଜୀବନ ଶୈଳୀକୁ ତାଙ୍କ ପ୍ରଶଂସକଙ୍କୁ ଦେଖାଇଥାନ୍ତି । ଏବେ ସୋନମ୍‌ ତାଙ୍କ ଦିଲ୍ଲୀ ଘରର ଝଲକ ନିଜ ପ୍ରଶଂସକ ମାନଙ୍କୁ ସାମାଜିକ ଗଣମାଧ୍ୟମରେ ଦେଖାଇଛନ୍ତି। କେବଳ ଦିଲ୍ଲୀ ନୁହେଁ ସୋନମ୍‌ଙ୍କର ମୁମ୍ବାଇ ଏବଂ ଲଣ୍ଡନରେ ମଧ୍ୟ ବିଳାସପୂର୍ଣ୍ଣ ଘର ଅଛି। ସେ ମୁମ୍ବାଇ ଏବଂ ଲଣ୍ଡନକୁ ଲଗାତାର ଯିବାଆସିବା କରୁଥିବା ବେଳେ କେବେ କେବେ ଦିଲ୍ଲୀ ଘରେ ମଧ୍ୟ ସମୟ ବିତାଇଥାନ୍ତି। ସେ ନିଜ ବିଳାସପୂର୍ଣ୍ଣ ଘରର ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ପାର୍ଟିର ଆୟୋଜନରେ ତାଙ୍କୁ ସହଯୋଗ କରିଥିବାରୁ ସେ ତାଙ୍କର ସହଯୋଗୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ନିଜେ ପିନ୍ଧିଥିବା ବିଶେଷ ଡିଜାଇନର ପୋଷାକ ପାଇଁ ସେ ତାଙ୍କ ବନ୍ଧୁ କୁନାଲ ରାୱାଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ତାଙ୍କର ପ୍ରିୟ ପୋଷାକ ହୋଇଥିବା ସେ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ। ସେହିପରି ସାମାଜିକ ଗଣମାଧ୍ୟମରେ ଅଭିନେତ୍ରୀ ତାଙ୍କ ଡାଇନିଂ ଟେବୁଲର ଝଲକ ଦେଖାଇଛନ୍ତି। କାଠରେ ତିଆରି ଏହି ଡାଇନିଂ ଟେବୁଲକୁ ମହମବତି, ରୂପା ହାତୀ ମୂର୍ତ୍ତି ଏବଂ ନାଲି ପତ୍ର ସହିତ ସଜାଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦିଲ୍ଲୀର ପ୍ରୀତିରାଜ ରୋଡରେ ଅବସ୍ଥିତ ସୋନମ କପୁର ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ ପ୍ରାୟ ୧୭୩ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri