Posted inଜାତୀୟ

ସୋନମ ୱାଙ୍ଗଚୁକଙ୍କ ଚାଞ୍ଚଲ୍ୟକର ଖୁଲାସା: ରାହୁଲ ଗାନ୍ଧୀଙ୍କ ହାତରୁ ପିଇଥାନ୍ତି ଜୁସ୍‌, ହେଲେ…

ନୂଆଦିଲ୍ଲୀ, ୭।୮: ସିଜେପି (CJP) ପ୍ରତିବାଦ ସମୟରେ ଅନଶନ କରିଥିବା ସୋନମ ୱାଙ୍ଗଚୁକ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଖୁଲାସା ସହ ସେ ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ମଧ୍ୟ ଆଣିଛନ୍ତି। ସାମାଜିକ କର୍ମୀ ସୋନମଙ୍କ କହିବା ଅନୁସାରେ, ସେ ଚାହୁଁଥିଲେ ଯେ କକରୋଚ ଜନତା ପାର୍ଟିର ପ୍ରଦର୍ଶନ ସମୟରେ ରାହୁଲ ଗାନ୍ଧୀ ତାଙ୍କ ଅନଶନ ଭଙ୍ଗ କରାନ୍ତୁ। କିନ୍ତୁ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରିଥିଲେ। ସୋନମ ୱାଙ୍ଗଚୁକ ଅଭିଯୋଗ କରିଛନ୍ତି ଯେ, ରାହୁଲ ତାଙ୍କ ଅନଶନ ଶେଷ କରାଇବାର ଯୋଜନା ପ୍ରତି କୌଣସି ଧ୍ୟାନ ଦେଇନଥିଲେ। ସେ କହିଛନ୍ତି ଯେ, ତାଙ୍କ ପତ୍ନୀ ଗୀତାଞ୍ଜଳି ଚେଷ୍ଟା କରିଥିଲେ ଯେ ରାହୁଲ ଗାନ୍ଧୀ ଜନ୍ତର ମନ୍ତରରେ ତାଙ୍କର ୨୬ ଦିନର ଅନଶନ ଜୁସ୍‌ ପିଆଇ ଶେଷ କରାନ୍ତୁ, କିନ୍ତୁ ସେଥିପାଇଁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନଥିଲା। ଏହା ପରେ ସେ କଂଗ୍ରେସ ନେତା ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପ୍ରତି ନିରାଶ ହୋଇଥିବା କହିଛନ୍ତି।

ସୋନମ ୱାଙ୍ଗଚୁକ କହିଛନ୍ତି, , ଆମେ ଚାହୁଁଥିଲୁ ଯେ ରାହୁଲ ଗାନ୍ଧୀଙ୍କ ହାତରେ ଆମର ଉପବାସ ଭଙ୍ଗ ହେଉ। ମୋ ପତ୍ନୀ ଗୀତାଞ୍ଜଳି ଏହି ଚେଷ୍ଟାରେ ଲାଗିଥିଲେ। ସେ ଚେଷ୍ଟା କରୁଥିଲେ ଯେ ରାହୁଲ ଜୀ ମୋର ଉପବାସ ଭଙ୍ଗ କରାଇପାରିବେ କି ନାହିଁ। ସେ ବହୁତ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସକାରାତ୍ମକ ଉତ୍ତର ମିଳିନଥିଲା।

ସୋନମ ୱାଙ୍ଗଚୁକ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ଉପରେ ମଧ୍ୟ ପ୍ରତିଶ୍ରୁତି ଭଙ୍ଗ କରିଥିବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏହି ଦୁଇ ନେତା ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସେ ସୁପ ପିଉଥିବା ବେଳର ଫଟୋ ସେ ପର୍ଯ୍ୟନ୍ତ ସାର୍ବଜନୀନ କରାଯିବ ନାହିଁ, ଯେପର୍ଯ୍ୟନ୍ତ ସେ ବିରୋଧୀ ଦଳର ନେତା ଏବଂ ଛାତ୍ର ପ୍ରତିନିଧିମାନଙ୍କ ଉପସ୍ଥିତିରେ ନିଜେ ଅନଶନ ଶେଷ କରୁଥିବାର ଘୋଷଣା ନ କରନ୍ତି।

କିନ୍ତୁ ପରେ ସେହି ଫଟୋଗୁଡ଼ିକୁ ପ୍ରକାଶ କରାଯାଇଥିଲା। ସୋନମ ୱାଙ୍ଗଚୁକ କହିଛନ୍ତି, ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଫଟୋ ପ୍ରକାଶ କରିବେ ନାହିଁ, କିନ୍ତୁ ସେମାନେ ନିଜ ପ୍ରତିଶ୍ରୁତି ଭଙ୍ଗ କରିଦେଲେ। ଏବେ ଏହି ନେତାମାନଙ୍କ ଉପରେ ମୋର ଆଉ କୌଣସି ଭରସା ନାହିଁ।

 

Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

ଦୀପାବଳି ପୂର୍ବରୁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ, ମାତ୍ର ୧୦୦ ଟଙ୍କାରେ ମିଳିବ ୧୦ ପ୍ରକାର ପରିବା!

ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ…

ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

ବେଙ୍ଗାଲୁରୁ,୫।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ୧୯ ବର୍ଷୀୟ ଝିଅ ସହ ଜଣେ ୨୨ ବର୍ଷୀୟ କର୍ମଚାରୀଙ୍କୁ ଘରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

“ଏମିତି ହେଲେ ଆମ ସ୍ତ୍ରୀ ବି ପକେଟ ମନି ମାଗିବେ…”: ଶୁଣାଣି ସମୟରେ ହଠାତ୍‌ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍‌ଲୀ,୫।୧୧: ସୁପ୍ରିମକୋର୍ଟରେ ପତ୍ନୀଙ୍କୁ ପକେଟ ମନି ଦେବା ସହିତ ଜଡ଼ିତ ଏକ ମାମଲାରେ ବିଚାରପତି ଏକ ମଜାଦାର କଥା କହିଛନ୍ତି। ବିବାଦୀୟ ବିବାହ (ମ୍ୟାରେଜ ଡିଜପୁଟ) କୁ…

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…

୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ଆଇନର ପ୍ରାସଙ୍ଗିକତା ଆଉ ନାହିିଁ

ନୂଆଦିଲ୍ଲୀ, ୫ା୧୧: ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି। ତେଣୁ ୨ରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?