Posted inଜାତୀୟ

ସୋନମ ୱାଙ୍ଗଚୁକଙ୍କ ବିସ୍ଫୋରକ ବୟାନ, ‘ପଦଯାତ୍ରା ସଫଳ ନ ହେଲେ, ମୁଁ ଭୂତ ହୋଇ…’

ନୂଆଦିଲ୍ଲୀ,୧୭।୭: NEET ପେପର ଲିକ୍‌ ଏବଂ ପରୀକ୍ଷା ପ୍ରଣାଳୀରେ ହୋଇଥିବା କଥିତ ଅନିୟମିତତା ପ୍ରତିବାଦରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଶୁକ୍ରବାର ୨୦ତମ ଦିନରେ ପ୍ରବେଶ କରିଛି। କଂଗ୍ରେସ ନେତା ପଓ୍‌ବନ ଖେଡ଼ା କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଭେଟିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସୋନମ ୱାଙ୍ଗଚୁକ ଜୁନ ୨୮ ତାରିଖରୁ ଭୋକ ହଡ଼ତାଳ କରୁଛନ୍ତି। ସେହିପରି, ଆଜି କଂଗ୍ରେସ ନେତା ପଓ୍‌ବନ ଖେଡ଼ା କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସାକ୍ଷାତ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ତାଙ୍କ ଓଜନ ୯ କିଲୋରୁ ଅଧିକ କମିଗଲାଣି ଏବଂ ତାଙ୍କର ରକ୍ତଚାପ (ବ୍ଲଡ ପ୍ରେସର) ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଡାକ୍ତର ଜଣାଇଛନ୍ତି ଯେ, ଦୀର୍ଘ ସମୟ ଧରି ଖାଦ୍ୟ ଗ୍ରହଣ ନକରିବା ଯୋଗୁ ତାଙ୍କ ଶରୀରରେ ଅତ୍ୟଧିକ ଦୁର୍ବଳତା ପ୍ରକାଶ ପାଇଛି।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଆଜି ସୋନମ ୱାଙ୍ଗଚୁକଙ୍କ ଓଜନ ୫୬.୫୫ କିଲୋଗ୍ରାମ ରେକର୍ଡ କରାଯାଇଛି, ଯାହା ଗତ ୨ ଘଣ୍ଟା ମଧ୍ୟରେ ୩୫୦ ଗ୍ରାମ ହ୍ରାସ ପାଇଛି। ସେହିପରି, ତାଙ୍କର ବ୍ଲଡ ପ୍ରେସର ୧୦୮/୬୮, ବ୍ଲଡ ସୁଗାର ୭୦ mg/dL ଏବଂ ହାର୍ଟ ରେଟ ପ୍ରତି ମିନିଟ୍‌ରେ ୭୨ ରହିଛି। ଡାକ୍ତରମାନେ ପ୍ରକାଶ କରିଛନ୍ତି ଯେ ଶରୀରରେ ସାମାନ୍ୟ ଜଳାଭାବ (ଡିହାଇଡ୍ରେଶନ) ରହିଛି। ଡାକ୍ତରଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ଖାଦ୍ୟ ନମିଳିବା କାରଣରୁ ପ୍ରଥମେ ଶରୀରର ଚର୍ବି କମିଥିଲା, ତା’ପରେ ମାଂସପେଶୀ ଶୁଖିବାକୁ ଲାଗିଲା। ଏବେ ତୃତୀୟ ପର୍ଯ୍ୟାୟରେ ଶରୀରର ଅଙ୍ଗଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ସେପଟେ, ଭୋକ ହଡ଼ତାଳରେ ବସିଥିବା ସୋନମ ୱାଙ୍ଗଚୁକ କହିଛନ୍ତି, ’ମୁଁ ଯେକୌଣସି ପରିସ୍ଥିତିରେ ବି ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଜୀବିତ ରହିବି, ଯେମିତି ଆପଣ ସମସ୍ତଙ୍କ ସହ ସଂସଦ ପର୍ଯ୍ୟନ୍ତ ପଦଯାତ୍ରା କରିପାରିବି। ଯଦି ଜୁଲାଇ ୨୦ରେ ଆମର ମାର୍ଚ୍ଚ ସଫଳ ନହୁଏ, ତେବେ ମୁଁ ଭୂତ ହୋଇ ଫେରିବି।’

ପ୍ରକାଶ ଥାଉ କି, ସୋନମ ୱାଙ୍ଗଚୁକ ଦିଲ୍ଲୀର ଯନ୍ତର-ମନ୍ତରଠାରେ ଭୋକ ହଡ଼ତାଳ କରୁଛନ୍ତି। ଏଠାରେ ତାଙ୍କ ଅନଶନର ଆଜି ୨୦ତମ ଦିନ। ସେ କକ୍ରୋଚ ଜନତା ପାର୍ଟିର ସଂସ୍ଥାପକଙ୍କ ସମର୍ଥନରେ ଅନଶନରେ ବସିଛନ୍ତି। ପାର୍ଟି ସଂସ୍ଥାପକ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। ମେ’ ମାସରେ ହୋଇଥିବା ପରୀକ୍ଷାର ପେପର ଲିକ ଘଟଣା ଯୋଗୁ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri