ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟ ଅବନତି ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ୱାଙ୍ଗଚୁକ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି। ୱାଙ୍ଗଚୁକ କହିଛନ୍ତି ଯେ, ଘରକୁ ଫେରିବା ପୂର୍ବରୁ ସେ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ।

ୱାଙ୍ଗଚୁକ କହିଛନ୍ତି, ସମସ୍ତଙ୍କୁ ନମସ୍କାର। ଶେଷରେ ସେହି ଦିନ ଆସିଗଲା, ଯେତେବେଳେ ମୁଁ ଏହି ହସ୍ପିଟାଲରୁ ଡିସଚାର୍ଜ ହେଉଛି। ବର୍ତ୍ତମାନ ମୁଁ ବହୁତ ଭଲ ଅନୁଭବ କରୁଛି। ମୁଁ ଖାଇବା ଆରମ୍ଭ କରିଛି ଏବଂ ଶରୀରରେ ପୁଣି ଶକ୍ତି ଫେରି ଆସୁଛି। ଆଜି ଏଠାରୁ ବାହାରିବା ପରେ ଓ ଘରକୁ ଯିବା ପୂର୍ବରୁ ମୁଁ ରାଜଘାଟକୁ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବି। ଆପଣମାନଙ୍କର ମନେ ଥିବ, ଯେତେବେଳେ ମୁଁ ସ୍ବିଜରଲ୍ୟାଣ୍ଡରୁ ଫେରିଥିଲି, ଅନଶନ ଆରମ୍ଭ କରିବା ପୂର୍ବରୁ ମଧ୍ୟ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇ ଜନ୍ତର-ମନ୍ତରକୁ ଯାଇଥିଲି। ଆପଣମାନେ ଯେଭଳି ମୋ ସ୍ବର ସହ ସ୍ବର ମିଳାଇ ଏହି ଆନ୍ଦୋଳନକୁ ସଫଳ କରିଛନ୍ତି, ସେଥିପାଇଁ ମୁଁ ହୃଦୟର ଗଭୀରତାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ସଲାମ। ଜୟ ହିନ୍ଦ୍‌।

Odisha’s No.1 Odia Daily