Categories: ଫୁରସତ

ଥ୍ରୀ ଇଡିଏଟସ୍ ଚିନ୍ତାଧାରାରେ ନିର୍ମାଣ ହେଲା ସେନାଙ୍କ ପାଇଁ ଟେଣ୍ଟ!

ନୂଆଦିଲ୍ଲୀ,୨୧ ।୨: ଲଦ୍ଦାଖର ଗଲସ୍ୱାନ ଭ୍ୟାଲିରୁ କିଛି ଭଲ ଫଟୋ ଏବେ ସ୍ମ୍‌ାକୁ ଆସିଛି । ଏଥିରେ ସମାଜସେବୀ ସୋନମ ବାଂଗଚୁକ ସେନା ଯବାନଙ୍କ ପାଇଁ ଏମିତି ଏକ ଟେଣ୍ଟ ତିଆରି କରିଛନ୍ତି ଯେଉଁଥରେ ସବୁବେଳେ ତାପମାତ୍ରା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ । ବାହାରେ ତାପମାତ୍ରା ମାଇନସ୍ ୨୦ ଥିଲେ ମଧ୍ୟ ଏହି ଟେଣ୍ଟ ଭିତରେ ଏହା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ସେ କହିଛନ୍ତି । ୧୨ ହଜାର ଫୁଟ ଉପରେ ଗଲୱାନ ଭ୍ୟାଲି ସେହି ସ୍ଥାନ ଯେଉଁଠି ଗତବର୍ଷ ଜୁନରେ ଭାରତ-ଚାଇନା ସେନାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଲଦ୍ଦାଖର ଏପରି ଏକ ସ୍ଥାନ ଯେଉଁଠି ଶୀତ ସମୟରେ ତାପମାତ୍ରା ଏତେ କମ୍ ଥାଏ ଯେ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହାରି ଭିତରେ ବି ଜୀବନକୁ ବାଜି ଲଗାଇ ଦେଶ ମାତୃକାରେ ସେବାରେ ନିୟମିତ ନିଜକୁ ନିୟୋଜିତ କରିଥାଆନ୍ତି ଦେଶର ବୀର ଯବାନ । ଏବେ ଏମାନଙ୍କ ସମସ୍ୟାର ସମାଧାନ କରିବାକୁ ସମାଜସେବୀ ସୋନମ ବାଂଗଚୁକଙ୍କ ପ୍ରୟାସ ସ୍ୱାଗତଯୋଗ୍ୟ ନିଶ୍ଚିତ । ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ‘ଥ୍ରୀ ଇଡିଏଟସ୍‌’ ବି ସୋନମଙ୍କ ଆଇଡିଆରୁ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ । ଏବେ ତିଆରି କରିଥିବା ଟେଣ୍ଟର ନାଁ ‘ସୋଲାର ହିଟେଡ ମିଲିଟ୍ରି ଟେଣ୍ଟ’ ନାମ ଦେଇଛନ୍ତି ସୋନମ । ସେ ତାଙ୍କ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୋନମ ବାଂଗଚୁକ ନିଜ କ୍ରିଏଟିଭିଟି ପାଇଁ ବେଶ୍ ଜଣାଶୁଣା । ଏବେ ତାଙ୍କର ଏହି ମିଲିଟ୍ରି ଟେଣ୍ଟ ମଧ୍ୟ ଆସିଛି ଚର୍ଚ୍ଚାକୁ । ଏହାକୁ ଦେଖିବା ପରେ ଶିଲ୍ପପତି ଆନନ୍ଦ ମହିନ୍ଦ୍ରା ଏହାର ଖୁବ୍ ପ୍ରଶଂସା କରିଛନ୍ତି ।

Share