ରୋମାଣ୍ଟିକ ହେଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ପତି ଆନନ୍ଦ ଆହୁଜା ୨୯ ଜୁଲାଇରେ ତାଙ୍କର ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ଅବସରରେ ସୋନମ କପୁର ସୋସିଆଲ ମିଡିଆ ମଧ୍ୟମରେ ତାଙ୍କ ବେଟର ହାଫଙ୍କୁ ଦିଲ ଖୋଲି ବଧାଇ ଦେଇଛନ୍ତି।

ଅଭିନେତ୍ରୀ ଆନନ୍ଦ ଅହୁଜାଙ୍କୁ ତାଙ୍କ ଜନ୍ମଦିନରେ କିଛି ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଫଟୋଗୁଡ଼ିକରେ ଆନନ୍ଦ ସୋନମ କପୁରଙ୍କ ସହ ରୋମାଣ୍ଟିକ ହୋଇଥିବା ଦେଖିବାକୁ ମିଳିଛି। ଫଟୋ ସିରିଜରେ ବିଜନେସମ୍ୟାନଙ୍କ ପାରିବାରିକ ଜୀବନର ଝଲକ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋଗୁଡ଼ିକ ସହିତ ସୋନମ କପୁର ହବିଙ୍କ ପାଇଁ ଏକ ରୋମାଣ୍ଟିକ କ୍ୟାପସନ ମଧ୍ୟ ଲେଖିଛନ୍ତି।
ସୋନମ କପୁର ଇନଷ୍ଟାଗ୍ରାମରେ କ୍ୟାପସନରେ ଲେଖିଛନ୍ତି, ଡିୟର ଆନନ୍ଦ, ଗୋଟିଏ ବର୍ଷ ପୁଣି ସୂର୍ଯ୍ୟ ଚାରିପଟେ, ଏଥର ତୁମର ସୁନ୍ଦର ପୁଅ ସହିତ … ଆମେ ତୁମକୁ ଦୁନିଆର ଯେ କୌଣସି ଜିନିଷ ଅପେକ୍ଷା ଅଧିକ ଭଲପାଉ, ତୁମେ ଦୟାଳୁ, ସମ୍ବେଦନଶୀଳ ଅଦ୍ଭୁତ ବ୍ୟକ୍ତି। ସମସ୍ତେ ହୃଦୟଙ୍ଗମ କରନ୍ତି ଯେ ତୁମେ କେତେ ସ୍ବତନ୍ତ୍ର କିନ୍ତୁ ତୁମେ ଶାରୀରିକ, ମାନସିକ, ଭାବପ୍ରବଣ ଏବଂ ଆଧ୍ୟାତ୍ମିକ ଭାବରେ ନିଜକୁ ଉନ୍ନତ କରିବା ପାଇଁ କେତେ ପରିଶ୍ରମ କରୁଛ ତାହା କେହି ଜାଣନ୍ତି ନାହିଁ। ସଫଳ ହୁଅ ଏବଂ ତାରାମାନଙ୍କ ପାଇଁ ପହଞ୍ଚିବ @anandhuja … ଜୀବନ କେବଳ ଉନ୍ନତ ହେବାରେ ଲାଗିଛି କାରଣ ତୁମେ ସବୁକିଛି ପାଇବାକୁ ଯୋଗ୍ୟ।
ଫଟୋରେ ସୋନମଙ୍କ ସହ ଆନନ୍ଦ ଲିପ ଲକ କରୁଥିବା ଦେଖିବାକୁ ମିଳିଥିବା ବେଳେ ପୁଣି ପୁଅ ବାୟୁ ସହିତ ବି ଖେଳୁଥିବା ଦେଖାଯାଇଛି। ବିବହା ସମୟର କିଛି ଫଟୋ ବି ଏଥିରେ ଶେୟାର କରିଛନ୍ତି ନାୟିକା।

Share