ଲଣ୍ଡନରେ ଘର ପୋଛୁଛନ୍ତି ସୋନମ!

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଆଜିକାଲି ଲଣ୍ଡନରେ ରହୁଛନ୍ତି । ୨୦୧୮ରେ ସେ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଲଣ୍ଡନ ସିପ୍ଟ ହୋଇ ଯାଇଛନ୍ତି । ଏବେ ସେ କେବେ କେବେ ମୁମ୍ବାଇ ଆସନ୍ତି ହେଲେ ଅଧିକାଂଶ ସମୟ ଲଣ୍ଡନରେ ରୁହନ୍ତି । ଲଣ୍ଡନରେ ସେ ପୁରା ସାଦାସିଧା ଜୀବନ କାଟୁଥିବା କହିଛନ୍ତି । ନିକଟରେ ଏକ ସାକ୍ଷାତ୍ କାରରେ ସୋନମ କହିଛନ୍ତି ଲଣ୍ଡନରେ ମୋତେ ପୂର୍ଣ୍ଣ ସ୍ୱାଧିନତା ମିଳିଛି । ଏବେବି ସେଠାରେ ମୁଁ ଜଣେ ଟୁରିଷ୍ଟ ବୋଲି ଭାବୁଛି । ପ୍ରତିଦିନ ସେ ଲଣ୍ଡନର ଗଳିରେ ବୁଲାବୁଲି କରିବାକୁ ପସନ୍ଦ କରୁଥିବା ବେଳେ ନିଜେ ରୋଷେଇ ମଧ୍ୟ କରନ୍ତି । ଏମିତିକି ସବୁ ଜିନିଷ ସେ ନିଜେ ମାର୍କେଟରୁ କିରି ଆଣନ୍ତି । ନିକଟରେ ଏକ ମାଗାଜିନକୁ ଦେଇଥିବା ସାକ୍ଷାତ୍‌କାରରେ ସେ କହିଛନ୍ତି ଲଣ୍ଡନର ସ୍ୱାଧିନତା ମୋତେ ବହୁତ ପସନ୍ଦ । କିଛିଦିନ ପୂର୍ବେ ଲଣ୍ଡନରେ ଥିବା ବେଳେ ସେ ପତି ଆନନ୍ଦଙ୍କ ସହ ମିଶି କିଛି ଫଟୋ ଶେୟାର କରିଥିଲେ ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ ଆସିଥିଲା । ଶେଷଥର ପାଇଁ ଏହି ବଲିଉଡ୍ ନାୟିକା ୨୦୧୯ରେ ଫିଲ୍ମ ‘ଦ ଜୋୟା ଫ୍ରାକ୍ଟର’ରେ ନଜର ଆସିଥିଲେ । ଏବେ ସେ ବ୍ଲାଇଣ୍ଡ ନାମକ ଏକ ଚଳଚ୍ଚିତ୍ରରେ କାମ କରିବେ ବୋଲି ଜଣାପଡିଛି । ଏହି ମୁଭିଟି ୨୦୧୧ରେ ସାଉଥ୍ କୋରିଆରେ ପ୍ରସ୍ତୁତ କରାଯାଇଥିବା ଏକ ଥ୍ରିଲର ଫିଲ୍ମ ।

Share