‘ଭାଗ ମିଲଖା ଭାଗ’ ପାଇଁ ସୋନମ କପୁର ନେଇଥିଲେ ମାତ୍ର ୧୧ଟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ସ୍କ୍ରିପ୍ଟ ପସନ୍ଦ ଆସିଲେ ବି ବେଳେବେଳେ କାମ କରିବାକୁ ମନା କରି ଦେଇଥାଆନ୍ତି । ଆଉ ଏହା ପଛର କାରଣ ଥାଏ ପାରିଶ୍ରମିକ ତାଙ୍କର ପସନ୍ଦ ହୋଇ ନ ଥାଏ । ହେଲେ ଆଉ କେତେଜଣ କଳାକାର ଅଛନ୍ତି ଯେଉଁମାନେ ସ୍କ୍ରିପ୍ଟ ପସନ୍ଦ ଆସିଲା ପରେ ପାରିଶ୍ରମିକ ଉପରେ ଆଉ ଏତେଟା ଧ୍ୟାନ ଦେଇ ନ ଥାଆନ୍ତି । ଏମିତିକି ଫ୍ରି ରେ ବି କାମ କରିବାକୁ ରାଜି ହୋଇଥାଆନ୍ତି । ଫିଲ୍ମ ମେକର ରାକେଶ ଓମ ପ୍ରକାଶ ମେହେରା ନିଜର ଅଟୋବାୟୋଗ୍ରାଫି ‘ଦ ଷ୍ଟ୍ରେଞ୍ଜର ଇନ୍ ଦ ମିରର’ରେ ଚମକାଇବା ଭଳି ଏକ ତଥ୍ୟ ଦେଇଛନ୍ତି । ଏଥିରେ ସେ ତାଙ୍କ ଫିଲ୍ମ ‘ଭାଗ ମିଲଖା ଭାଗ’ ରେ ସୋନମ କପୁର ନେଇଥିବା ଫିଜ୍ ବିଷୟରେ ଚର୍ଚ୍ଚା କରିଛନ୍ତି । ଏହି ଫିଲ୍ମରେ ସୋନମ କପୁରଙ୍କର ବେଶି ରୋଲ୍ ନ ଥିଲେ ବି ଏଥିରେ ସେ ଅଭିନୟ କରିବାକୁ ମାତ୍ର ୧୧ ଟଙ୍କା ପାରିଶ୍ରମିକ ନେଇଥିବା ରାକେଶ କହିଛନ୍ତି । ଏହା ପଛର କାରଣ ହେଉଛି ଫିଲ୍ମଟି ତାଙ୍କୁ ବହୁତ ପସନ୍ଦ ଆସିଥିଲା ଓ ସେଥିରେ ସେ ନିଜର ଯୋଗଦାନ ଦେବାକୁ ଚାହିଁଥିଲେ । ଆତ୍ର ୭ ଦିନରେ ସୋନମ ଏହାର ଶୁଟିଂ ସାରିଥିଲେ । ନିକଟରେ ରାକେଶ ଓମ ପ୍ରକାଶ ମେହେରାଙ୍କ ଫିଲ୍ମ ତୁଫାନ ରିଲିଜ ହୋଇଥିଲା । ଆଗକୁ ମଧ୍ୟ ତାଙ୍କର ଆଉ ଏକ ପ୍ରୋଜେକ୍ଟର କାମ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri