ଶାଶୁଘରର ୧୮ ଲକ୍ଷ ସୋଫା ଉପରେ ଅଭିନେତ୍ରୀ କଲେ ଫଟୋଶୁଟ୍‌; ସ୍ବାମୀ ଦେଖିବା ପରେ…

ବମ୍ବେ: ନିକଟରେ ବଲିଉଡ୍‌ର ଫ୍ୟାଶନ୍‌ ଡିଭା ସୋନମ କପୁର ଏକ ମାଗାଜିନ୍‌ର କଭର୍‌ରେ ନଜର ଆସିଛନ୍ତି। ଏହାର କିଛି ଫଟୋ ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିବା ପରେ ଚର୍ଚ୍ଚାରେ ଅଛନ୍ତି ସେ। କାରଣଟି ହେଲା ସେ ଛିଡ଼ା ହୋଇ ପୋଜ୍‌ ଦେଇଥିବା ସୋଫା। ୧୮ ଲକ୍ଷ ଟଙ୍କାର ସୋଫା ଉପରେ ଛିଡ଼ା ହୋଇ କ୍ୟାମେରାକୁ ପୋଜ୍‌ ଦେଇଛନ୍ତି ଅଭିନେତ୍ରୀ।

ମାଗାଜିନ୍‌ଟି ଆର୍କିଟେକ୍ଚରର। ଏହାର ଫଟୋଶୁଟ୍‌ ସୋନମଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ଘରେ ହୋଇଛି। ପିଙ୍କ ସେଡ୍‌ ପ୍ରିଣ୍ଟେଡ୍‌ ଡ୍ରେସ୍‌ ଏବଂ ବୁଟ୍‌ ପିନ୍ଧି ସୋଫା ଉପରେ ଛିଡ଼ା ହୋଇଛନ୍ତି ସେ। ଏହାର ଫଟୋ ଶେୟାର କରିବା ପରେ ଆନନ୍ଦ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଥମେ ନର୍ଭସ ଲାଗିଥିଲା। ଏମିତି କେମିତି ନିଜ ଘର ଆଉ ଅଫିସକୁ ଅନ୍ୟ କାହା ପାଇଁ ଖୋଲିଦେବି ବୋଲି ଭାବିଥିଲି। ହେଲେ ପରେ ଲାଗିଲା ଭଲ ହାତରେ ମୁଁ ଅଛି। ଏବେ ନିଜ ସୁନ୍ଦର ବଙ୍ଗଳାର ଫଟୋ ଶେୟାର କରିବାକୁ ଉତ୍ସାହିତ ଅଛି। ତେବେ ଆଗାମୀ ଦିନରେ ଯେତେବେଳେ ଏହି ସୋଫା ଉପରେ ବସିବି ସେତେବେଳେ ଫଟୋ କଥା ମନେ ପଡ଼ିବ ବୋଲି ଆନନ୍ଦ କହିଛନ୍ତି।

କହିରଖୁଛୁ, ସୋନମ ଆଗାମୀ ଦିନରେ ଫିଲ୍ମ ‘ବ୍ଲାଇଣ୍ଡ’ରେ ନଜର ଆସିବେ। ଏହାର ଶୁଟିଂ ଶେଷ ହୋଇଛି। ଫିଲ୍ମଟି ଏକ ଆକ୍ସନ ଥ୍ରିଲର। ଜଣେ ଅନ୍ଧ ପୋଲିସ ଅଫିସରର କାହାଣୀ ଏଥିରେ ଦେଖିବାକୁ ମିଳିବ। ସୋନମଙ୍କ ବ୍ୟତିତ ଫିଲ୍ମରେ ବିନୟ ପାଠକ, ପୁରବ କୋହଲି, ଲିଲେଟ ଦୁବେ ଅଛନ୍ତି।

Share